ଜିଏସଟି ସର୍ବକ୍ଷମା ଯୋଜନା କର୍ମଶାଳା



କେନ୍ଦ୍ରାପଡ଼ା,୧୮ା୧: କେନ୍ଦ୍ରାପଡାସ୍ଥିତ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହରେ ଜି.ଏସ.ଟି.ସର୍ବକ୍ଷମା ଯୋଜନାର ଏକ ସଚେତନତା କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜି. ଏସ୍‌. ଟି ବିଭାଗର ଅତିରିକ୍ତ ଆୟୁକ୍ତ ମୁକ୍ତି ରଞ୍ଜନ ଆଚାର୍ଯ୍ୟ, ଯୁଗ୍ମ ଆୟୁକ୍ତ ରମେଶ କୁମାର ମଣ୍ଡଳ ଓ ଉପ ଆୟୁକ୍ତ ଅମରେନ୍ଦ୍ର ପ୍ରସାଦ ମହାଳିକ ପ୍ରମୁଖ ଉପସ୍ଥିତ ରହି ଏହି ସର୍ବକ୍ଷମା ଯୋଜନାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ôଥକ ବର୍ଷ ନିମନ୍ତେ ଜି.ଏସ.ଟି. ନିୟମ ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ଟିକସ ପରିମାଣକୁ ଦାଖଲ କଲେ ତା ଉପରେ ନିର୍ଦ୍ଧାରଣ କରାଯାଇଥିବା ସୁଧ ଏବଂ ଜୋରିମାନା ପରିମାଣ ସମ୍ପୂର୍ଣ୍ଣ ଛାଡ ହୋଇଯିବ ବୋଲି ଅଧିକାରୀଗଣ ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଟ୍ୟାକ୍ସବାର ଆସୋସିଏସନର ସଭାପତି ପରେଶ ଚନ୍ଦ୍ର ଦାସ, ଉପଦେଷ୍ଟା ଦୁର୍ଯ୍ୟୋଧନ ରଥ, ଆଡ଼ଭୋକେଟ ଏବଂ ବ୍ୟବସାୟୀ ଗଣ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading