ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ୧୧୪ତମ ଜନ୍ମତ୍ସୋବ



କେନ୍ଦ୍ରାପଡ଼ା,୨୦ା୧: ପରମପୂଜ୍ୟ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ୧୧୪ତମ ଜନ୍ମ ଉତ୍ସବ ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ଆଶ୍ରମ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃ ୪ଟାରେ ଶୁଭ ଶଙ୍ଖଧ୍ୱନୀ ସହ ପ୍ରାର୍ଥନା ଓ କୀର୍ତ୍ତନ କରାଯିବା ପରେ ସାଢେ ୪ଟାରେ ମଙ୍ଗଳ ଆରତୀ, ପ୍ରାତଃ ୫ଟାରେ ନଗର କୀର୍ତ୍ତନ, ସକାଳ ୯ଟାରେ ଜନ୍ମୋତ୍ସବ ପୂଜା, ଆରତି, ପ୍ରାର୍ଥନା କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ପରିଚାଳନା ସମିତି ସଭାପତି ବାବାଜୀ ଚେତନାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ, ଭଜନ ଓ କୀର୍ତ୍ତନ ପରିବେଷଣ କରାଯିବା ପରେ ହରହାଟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବାବାଜୀ ଶ୍ରଦ୍ଧାନନ୍ଦ ଦାସ ଓ ଗୁରୁଭାଇମାନେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ଦୁଇ ହଜାରରୁ ଉର୍ଦ୍ଧ୍ୱ ଗୁରୁଭାଇ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଗୁରୁକୃପା ଏବଂ ଆଶିର୍ବାଦ ଲାଭ ସହିତ ପ୍ରସାଦ ସେବନ କରିଥିଲେ।


Next Post

ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସାମୂହିକ ବ୍ରତୋପନୟନ

Tue Jan 21 , 2025
କେନ୍ଦ୍ରାପଡା,୨୧ା୧: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଆନୁକୂଲ୍ୟରେ ସାମୁଷିକ ବ୍ରତୋପନୟନ ତଳବାରଙ୍ଗସ୍ଥ ଶ୍ରୀ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପବିତ୍ର ସାମୂହିକ ବ୍ରତୋପନୟନରେ ବିଲବଳରାମପୁରର ଦୀପ୍ତି ରଞ୍ଜନ କର, ଗରଦପୁରର ଦିବ୍ୟଦର୍ଶନ ପତି, ଜଜାଙ୍ଗର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଳି, ନେମାଳର ସଞ୍ଜୟ ଦୀକ୍ଷିତ, ପଟ୍ଟାମୁଣ୍ଡାଇ-ଅଣ୍ଡରା ଗ୍ରାମର ସୁଧାଂଶୁ ଶେଖର ପଣ୍ଡା ବ୍ରହ୍ମଚାରୀ ଭାବରେ ଉପବୀତ ଗ୍ରହଣ କରିଛନ୍ତି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା […]

KANIKA