ଭିନ୍ନକ୍ଷମ ଦମ୍ପତିଙ୍କୁ ପୁନର୍ବାସ ପକ୍ଷରୁ ସହାୟତା



କେନ୍ଦ୍ରାପଡା,୨୩ା୧: ଓଲସାହି ଗୋବର୍ଦ୍ଧନପୁରର ରବୀନ୍ଦ୍ର ସାମଲ ବିଦ୍ୟୁତ୍ ଆଘାତଜନିତ ଦୁର୍ଘଟଣାରେ ଶାରିରୀକ ଭିନ୍ନକ୍ଷମ ହୋଇପଡି ନିଜର ଗୋଟିଏ ଗୋଡ ଓ ଡାହାଣ ହାତର ପାପୁଲି ହରାଇଥିଲେ। ସିଏ ନିଜେ ଶତକଡା ସତୁରି ଭାଗ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ରହିଥିବାବେଳେ ତାଙ୍କର ସ୍ତ୍ରୀ କାଜଲ ସାମଲ ମଧ୍ୟ ଶତକଡା ପଚାଶ ଭାଗ ଶାରିରୀକ ଭିନ୍ନକ୍ଷମ ଅଟନ୍ତି। ଏହି ଦମ୍ପତି ଜୀବିକା ନିର୍ବାହ ତଥା ସହାୟକ ଉପକରଣ ପାଇଁ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନକୁ ନିବେଦନ କରିଥିଲେ। କୌଣସି ଆର୍ôଥକ ପନ୍ଥା ନଥିବା ଏହି ଦମ୍ପତିଙ୍କୁ ଜୀବିକା ନିର୍ବାହନରେ ସାମାନ୍ୟ ସହାୟତା କରିବା ନିମନ୍ତେ ଆଗଭର ହୋଇ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ପୁନର୍ବାସ କାର୍ଯ୍ୟାଳୟରେ ପାଞ୍ଚହଜାର ଟଙ୍କା ଅର୍ଥରାଶିର ଚେକ୍ ଓ ଚଳପ୍ରଚଳ ପାଇଁ ଆବଶ୍ୟକ ଥିବା ଏକ ଆଶାବାଡି ରବୀନ୍ଦ୍ରଙ୍କୁ ପ୍ରଦାନ କରାଯାଇଛି। ଦିବଂଗତ ଅନ୍ତର୍ଜାତୀୟ ପାରାକ୍ରୀଡ଼ାବିତ୍ ସୁକାନ୍ତ ଚୌଧୁରୀର ପତ୍ନୀ ଜୟନ୍ତୀ ଚୌଧୁରୀ, ପୁନର୍ବାସ କାର୍ଯ୍ୟନିର୍ବାହୀ ପରିଷଦର ସଭ୍ୟ ବଂଶୀଧର ମହାନ୍ତି, ଶିବ ଚରଣ ସାମଲ, ଜ୍ୟୋତିରଞ୍ଜନ ନାୟକ ଓ ମହମ୍ମଦ ଜାହିଦ୍ ଖାନ୍ ପ୍ରମୁଖ ଏହି ଭିନ୍ନକ୍ଷମ ଦମ୍ପତିଙ୍କୁ ଆର୍ôଥକ ଚେକ୍ ଓ ସହାୟକ ଉପକରଣ ପ୍ରଦାନ କରିଥିଲେ। ଭିନ୍ନକ୍ଷମ ରବୀନ୍ଦ୍ରଙ୍କୁ ତା’ର କ୍ଷୁଦ୍ର ଉଦ୍ୟୋଦ ବିକାଶ ପ୍ରୟାସରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠାନ ତରଫରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପ୍ରକାଶ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading