କେନ୍ଦ୍ରାପଡ଼ା ୨୫/୧- କେନ୍ଦ୍ରାପଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ଅବସରରେ ଭାରତ ସରକାରଙ୍କ ତରଫରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯକ୍ରମ ଅନ୍ତର୍ଗତ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶି କୌଶଲ୍ ପିଲାମାନଙ୍କୁ ପରୀକ୍ଷା ସମୟରେ ଚାପମୁକ୍ତ ଓ ସକାରାତ୍ମକ ରହିବା ସହିତ ଆନନ୍ଦମୟ ଶିକ୍ଷା ଲାଭ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅଧ୍ୟକ୍ଷ ଶ୍ରୀ କୌଶଲ୍ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯକ୍ରମକୁ ଶିକ୍ଷିକା ସୁଶ୍ରୀ ତନୁଷ୍ରୀ ରୟେ, ଶିକ୍ଷକ ଅନିଲ କୁମାର ଓ ଶେଖ୍ ଇଦ୍ରିସ ଅଲି ପରିଚାଳନା କରିଥିଲେ।