ପ୍ରାଣକୃଷ୍ଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଜିଲ୍ଲା ହିନ୍ଦୀ ଶକ୍ଷକ ସଙ୍ଘ



କେନ୍ଦ୍ରାପଡା,୨୫ା୧: ଇଶାନେଶ୍ୱର ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସ୍ୱର୍ଗତ ପ୍ରାଣକୃଷ୍ଣ ନାୟକଙ୍କ ଦ୍ୱାଦଶାହ ଅବସରରେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ପକ୍ଷରୁ ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ମହେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ନିର୍ମଳ କୁମାର ସ୍ୱାଇଁ, ଦେବେନ୍ଦ୍ର ଦାସ, ଦିଲ୍ଲିପ ମଲ୍ଲ, ଅଜୟ କୁମାର ରାଉତ, ଘନଶ୍ୟାମ ଗୁପ୍ତା, ପ୍ରଦୀପ ବେହେରା ପ୍ରମୁଖ ହିନ୍ଦୀ ଶିକ୍ଷକମାନେ ଯୋଗଦେଇ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହିତ ସ୍ୱର୍ଗତ ନାୟକଙ୍କ ପରିବାରକୁ ସଙ୍ଘ ପକ୍ଷରୁ ୫(ପାଞ୍ଚ )ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ସମ୍ପାଦକ ଭଗବାନ ସାହୁ ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ହିନ୍ଦୀ ଶିକ୍ଷକ ସ୍ୱର୍ଗତ ନାୟକଙ୍କ ଚାକିରୀ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ସଙ୍ଘ ଆବଶ୍ୟକ ସହଯୋଗ ପ୍ରଦାନ କରିବ ବୋଲି ତାଙ୍କ ପରିବାରକୁ ପ୍ରତିଶୃତି ପ୍ରଦାନ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading