ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗମ୍ୟାଚ



କେନ୍ଦ୍ରାପଡା,୨୯ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଲିଗ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ତୃତୀୟ ଲିଗ ମ୍ୟାଚକୁ ଉଦଘାଟନ କରିଥିଲେ। ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ଶୁଭେଛା ଜଣାଇଥିଲେ। ତୃତୀୟ ଲିଗ ମ୍ୟାଚରେ କଟକର ମଙ୍ଗଳା କ୍ଲବ ଦିଲ୍ଲୀର ସ୍କ୍ୱାର୍ଡ ଦଳକୁ ୪-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଆଜିର ମ୍ୟାଚ୍‌କୁ ରେଫରୀ ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ମହମ୍ମଦ ସାକଲିନ, ସୁକାନ୍ତ ସିଂ ଓ ମହମ୍ମଦ ମୋକିମ ପ୍ରମୁଖ ପରିଚାଳନା କରିଥିଲେ। ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଲିଗମ୍ୟାଚ୍‌ରେ ବିହାର ବକ୍ସରର ମା’କାମାକ୍ଷା ସ୍ପୋର୍ଟସ କ୍ଲବ କେନ୍ଦ୍ରାପଡାର ସୁରଜ ସ୍ପୋଟିଙ୍ଗ କ୍ଲବକୁ ଭେଟିବ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍‌, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଦିନ୍‌, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍‌, ସମିଉଲ୍ଲା ଖାନ୍‌, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍‌, କଲିମ ଖାନ୍‌, ମୀର ଅବୁସମା, ଆୟାଜ ମହମ୍ମଦ୍‌, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ମଞ୍ଚାସୀନ ଥିଲେ। କ୍ଲବର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍‌, ମୀର ସଲାମତ୍‌, ସଲିମ ଖାନ୍‌, ଜାହିଦ ଖାନ୍‌, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍‌, ସମସେର ଅଲ୍ଲୀ ଖାନ୍‌, ମହମ୍ମଦ ଇମ୍ରାନ୍‌, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍‌, ମହମ୍ମଦ ଅଜିଜ୍‌, ମିରାଜନ୍‌, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Next Post

"ଦୁହିତା" ଉନ୍ମୋଚନ ଓ କବିତା ପାଠ ଉତ୍ସବ

Thu Jan 30 , 2025
ପଟ୍ଟାମୁଣ୍ଡାଇ ତା ୩୦/୧-ଓଡ଼ିଆ ଭାଷାର ଅସ୍ମିତା ସମ୍ପର୍କରେ ଆଲୋଚନାଚକ୍ର, ପତ୍ରିକା “ଦୁହିତା” ଉନ୍ମୋଚନ ଓ ମନୋଜ୍ଞ କବିତା ପାଠ ଉତ୍ସବ କଥାକାର ପ୍ରଫେସର ଡ଼ ନୀଳମଣି ଲେଙ୍କାଙ୍କ ପୌରହିତ୍ୟରେ ବଡ଼ମୋହନପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କବି ଡା ମନୋରଞ୍ଜନ ଦାଶ ମୁଖ୍ୟଅତିଥି, ପରିବେଶବିତ ହେମନ୍ତ ରାଉତ ମୁଖ୍ୟବକ୍ତା ସତୀର୍ଥ ସମ୍ପାଦକ ମନ୍ମଥ ବରାଳ, କବୟିତ୍ରୀ ଆରାଧନା ଦାଶ, ସମାଜସେବୀ ରବୀନ୍ଦ୍ର ବେହେରା, ଯୁବ ପ୍ରତିଭା ସୁଶ୍ରୀ ସଂଗୀତା ସମ୍ମାନିତ […]

KANIKA