କେନ୍ଦ୍ରାପଡା ପଞ୍ଚାୟତ ସମିତି ବୈଠକ , ଉନ୍ନୟନ କାର୍ଯ୍ୟକୁ ନେଇ ତୁମ୍ଭି ତୋଫାନ



କେନ୍ଦ୍ରାପଡ଼ା,୩୧ା୧: କେନ୍ଦ୍ରାପଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସମିତିର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ପୈାରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କୈାଣସି ସୂଚନା ନ ମିଳିବାରୁ ବୈଠକରେ କେତେକ ସଦସ୍ୟ ତୁମ୍ଭି ତୋଫାନ କରିଥିଲୋ । ବିଜେପି ସମର୍ଥକ ସରପଞ୍ଚଓ ସମିତିସଭ୍ୟମାନେ ଏହି ଘଟଣାକୁ ନେଇ ହୋହାଲ୍ଲା କରିଥିବା ବେଳେ ଅଣଜନ ପ୍ରତିନିଧି ପଞ୍ଚାୟତ ସମିତି କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ବିଜେଡି ସମର୍ଥୀତ ସରପଞ୍ଚ, ସମିତି ସଭ୍ୟମାନେ ଦାବି କରି ଜିଲ୍ଲାପାଳଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଥିଲେ । ସମିତି ଅଧ୍ୟକ୍ଷା ଶ୍ରୀମତୀ ସେଠୀ ବୈଠକ ସମ୍ପର୍କରେ ଅବଗତ କରିବା ସହିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ଆରମ୍ଭ କରିଥିଲେ । ଏହାକୁ ବିଜେପି ସମର୍ଥକ ବାରୋ ସରପଞ୍ଚ ଗୋପୀନାଥ ମଲ୍ଲିକ, ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ, ଢୋଲ ସମିତି ସଭ୍ୟ ଜିତେନ୍ଦ୍ର ରାଉତ ବିରୋଧ କରି କହିଥିଲେ ଯେ ଆମକୁ ପଞ୍ଚାୟତର କୌଣସି କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଉନାହିଁ । ପୂର୍ବ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଏହି ଟିପ୍ପଣୀ ଦେଇଥିବା ବେଳେ ବିଜେଡି ସମର୍ଥକ ସରପଞ୍ଚ ଓ ସମିତିସଭ୍ୟ ଏହାକୁ ଜୋରଦାର ବିରୋଧ କରିଥିଲେ । କୌଣସି ଅଣ ଜନ ପ୍ରତିନିଧି ପଞ୍ଚାୟତ ସମିତି କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସରପଞ୍ଚ ଅଶ୍ୱିନୀ ପାତ୍ର କହିଥିଲେ । ଏହାର ଜବାବରେ ବିଜେପି ସମର୍ଥକମାନେ ସରକାର ଆମର ଆମେ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ତଦାରଖ କରିପାରିବୁ । ପ୍ରଧାନମନ୍ତ୍ରୀ ଆବାସ ଓ ଭୂତ କାର୍ଡକୁ ନେଇ ବୈଠକରେ ଉଷ୍ମ ବାତାବରଣ ସୃଷ୍ଟି ହୋଇଥିଲା । ଏ ସମସ୍ତ ଘଟଣାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଟଗୋଳ ସୃଷ୍ଟି ହୋଇଥିଲା । ଏଥିରେ ବିଧାୟକ ଗଣେଶ୍ୱର ବେହେରା ହସ୍ତକ୍ଷେପ କରି କହିଥିଲେ ଯେ ସମସ୍ତେ ମିଳିମିଶି ବିକାଶମୂଳକ କାର୍ଯ୍ୟ କରିବା । ଜନପ୍ରତିନିଧିମାନଙ୍କ ପ୍ରସ୍ତାବକୁ ବିଚାର କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ସମିତି ଅନୁମୋଦନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବୈଠକରେ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରସ୍ତାବ ସମ୍ବଳିତ ଏକ ଦରଖାସ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ସରପଞ୍ଚ ପ୍ରସନ୍ନ କୁମାର ରାଉତ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ରମାକାନ୍ତ ମଲ୍ଲିକ, ପ୍ରଦୀପ ସୂତାର, ସରୋଜିନୀ ନାୟକ, ରାଜେଶ ଖୁଣ୍ଟିଆ ପ୍ରମୁଖ ସରପଞ୍ଚ ଓ ସମିତି ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।


Next Post

ସଡକ ସୁରକ୍ଷା ମାସ-୨୦୨୫ ଉଦ୍‌ଯାପନୀ ଉତ୍ସବ

Fri Jan 31 , 2025
କେନ୍ଦ୍ରାପଡା,୩୧ା୧: କେନ୍ଦ୍ରାପଡା ଜିଲ୍ଲା ସଡକ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜାନୁଆରୀ ୧ ତାରିଖଠାରୁ ଆରମ୍ଭ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ କେନ୍ଦ୍ରାପଡା ମୁନିସିପାଲଟି ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ […]

You May Like