ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ



ପଟ୍ଟାମୁଣ୍ଡାଇ ୪/୨ -ପଟ୍ଟାମୁଣ୍ଡାଇ ଅଂଚଳର ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା କରାଯାଇ ପବିତ୍ର ବ୍ରାହ୍ମଣୀ ନଦୀରୁ ଶୁଦ୍ଧଜଳ ଅଣାଯାଇ ଯଜ୍ଞ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ଓ ହୋମ ଯଜ୍ଞ ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଛି । ମହାଯଜ୍ଞ ପାଇଁ ଆୟୋଜିତ କଳସ ଶୋଭାଯାତ୍ରାରେ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ ଭୂୟାଁ, ସୁଦର୍ଶନ ଦାସ,ରବୀନ୍ଦ୍ର ସାହୁ,ଅଚ୍ୟୁତ ଜେନା, ହରିହର ସାହୁ,କିଶୋର ଜେନା (ବାଇନ ), ସମ୍ବିତ ଦାସ, ଅଜୟ ପାଢ଼ୀ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ । ବିଶ୍ୱଶାନ୍ତି ମହାଯଜ୍ଞକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ଯଜ୍ଞକୁ ସରସ ସୁନ୍ଦର କରିବା ପାଇଁ ବହୁ ମନୋରଞ୍ଜନକାରୀ ସଂସ୍ଥା ଯୋଗ ଦେଇଛନ୍ତି । ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ଆସନ୍ତା ତାରିଖରେ ୪ ତାରିଖରେ ଆରମ୍ଭ ହୋଇ ୧୨ ତାରିଖରେ ପୂର୍ଣ୍ଣାହୁତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ବହୁ ସଂଖ୍ୟାରେ ଯୋଗ ଦେଇ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବଣିକ ସଂଘ ପକ୍ଷରୁ ନିବେଦନ କରାଯାଇଛି ।


Next Post

ବାଲି ଘାଟକୁ କେନ୍ଦ୍ର କରି ଗଣ୍ଡଗୋଳ , ୩ ଆହତ

Wed Feb 5 , 2025
ପଟ୍ଟାମୁଣ୍ଡାଇ ୫/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚନ୍ଦନପୁର ବାଲି ଘାଟରୁ ବେଆଇନ ବାଲି ଉତୋଳନକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଚଉଦକୁଲାଟ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉ […]

You May Like