ଇଛାପୁର ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ



କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ମଙ୍ଗଳବାର ଅପରାହ୍ନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ପରିଷଦର ସଭାପତି ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ମାତୃ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଯୋଗଦେଇ ଶିଶୁଟିକୁ ଗଢିତୋଳିବାରେ ମା’ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସଂସ୍କୃତି ଭାରତୀ ପୂର୍ବକ୍ଷେତ୍ର ସଂଯୋଜକ ନୃସିଂହ ଚରଣ ପଣ୍ଡା କହିଲେ ଶିଶୁଟିକୁ ପୂର୍ଣ୍ଣାଙ୍ଗ କରି ଗଢିତୋଳିବାରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମା’ଟିଏ ଚାହିଁଲେ ଶିଶୁଟି ଭଲ ମଣିଷ ହୋଇପାରିବ। ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା କହିଲେ ମା’ ହେଉଛି ଶିଶୁଟିର ପ୍ରଥମ ଗୁରୁ। ଶିଶୁଟି ତା’ର ଅଭିବ୍ୟକ୍ତି ମା’ପାଖରେ ହିଁ କେବଳ ପ୍ରକାଶ କରିଥାଏ। ତେଣୁ ମା’ମାନେ ଶିଶୁ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ଅଶୋକ କୁମାର ସୁଆର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରାଉଳ ବୀବରଣୀ ପାଠ କରିଥିଲେ। ପ୍ରଥମେ ଅତିଥିମାନେ ଭାରତମାତା, ବିଦ୍ୟାଦାୟିନୀ ମା’ ସରସ୍ୱତୀ ଏବଂ ଓଁମ୍‌ଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଦୀପ ପ୍ରଜ୍ଜ୍ୱଳନ କରିବା ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ଛାତ୍ରୀ ମୋନାଲିସା ବେହେରା ସୁଭାଷିତ ପାଠ, ଆଦ୍ୟାଶା ପଣ୍ଡା ସଂଗୀତ ଗାନ ପରେ ଛାତ୍ରୀମାନଙ୍କ ଦ୍ୱାରା ସମବେତ ନୃତ୍ୟ ପରିବେଷଣ ଏବଂ ସାଇ ସମୀକ୍ଷା ଦାସ ଅମୃତ ବଚନ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହସମ୍ପାଦକ ନବଘନ ସାହୁ, ବିଦ୍ୱତ୍ ପରିଷଦ ସଭାପତି ରଶ୍ମୀରଞ୍ଜନ ପ୍ରଧାନ, ସମ୍ପାଦକ ମଳୟରଞ୍ଜନ ମହାପାତ୍ରଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ମା’ମାନେ ଉପସ୍ଥିତ ଥିଲେ। ବିଜୟଲକ୍ଷ୍ମୀ, ଅନ୍ନପୂର୍ଣ୍ଣା, ପ୍ରିୟଦର୍ଶିନୀ, ରଞ୍ଜୁବାଳା ଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Next Post

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

Tue Feb 4 , 2025
ପଟ୍ଟାମୁଣ୍ଡାଇ ୪/୨ -ପଟ୍ଟାମୁଣ୍ଡାଇ ଅଂଚଳର ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା କରାଯାଇ ପବିତ୍ର ବ୍ରାହ୍ମଣୀ ନଦୀରୁ ଶୁଦ୍ଧଜଳ ଅଣାଯାଇ ଯଜ୍ଞ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ଓ ହୋମ ଯଜ୍ଞ ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଛି । ମହାଯଜ୍ଞ ପାଇଁ ଆୟୋଜିତ କଳସ […]

KANIKA