ମଦନମୋହନଜୀଉଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୧୩ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗର ଗ୍ରାମସ୍ଥିତ ତୈଳିକ ବୈଷ୍ୟ ସମାଜର ଇଷ୍ଟ ଦେବତା ମଦନମୋହନଜୀଉ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ମଙ୍ଗଳବାର ଦିନ ଘଟ ସ୍ଥାପନ ପରେ ଶୁଭାଧିବାସ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ବୁଧବାର ଦିନ ମାଘ ପୂର୍ଣ୍ଣିମା ଅବସରରେ ଅଷ୍ଟମ ପ୍ରହର ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ୬ଟି କୀର୍ତ୍ତନ ଦଳ ଆସି ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଗୁରୁବାର ଦିନ ନଗର କୀର୍ତ୍ତନ ଗ୍ରାମ ପରିକ୍ରମା କରି ଉତ୍ସବ ଶେଷ କରାଯାଇଥିଲା । ଏହି ଉତ୍ସବକୁ ମଦନମୋହନଜୀଉ କମିଟିର ସଭାପତି ଭରତ ଚରଣ ସାହୁଙ୍କ ନେତୃତ୍ୱରେ କୁଳମଣି ନାୟକ, ଭବାନୀ ସାହୁ, କୁମାରେଶ ସାହୁ, ରବିନ୍ଦ୍ର ସାହୁ, ସରୋଜ ସାହୁ, ଦେବାଶିଷ କୁବେର, ମୃତ୍ୟୁଞ୍ଜୟ ସାହୁ, ମହେନ୍ଦ୍ର ସାହୁ, ପଞ୍ଚାନନ ଗେରୁ, ପଦ୍ମନାଭ ସାହୁ, ତ୍ରିଲୋଚନ ସାହୁ, ହଳଧର ସାହୁ, କୈଳାସ ସାହୁ, ଗଣେଶ ସାହୁ, ନଳିନୀକାନ୍ତ ସାହୁ, ଚିତ୍ତରଞ୍ଜନ ପୃଷ୍ଟି ଓ ସ୍ଥାନୀୟ ଗ୍ରାମବାସୀମାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading