ମଦନମୋହନଜୀଉଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୧୩ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗର ଗ୍ରାମସ୍ଥିତ ତୈଳିକ ବୈଷ୍ୟ ସମାଜର ଇଷ୍ଟ ଦେବତା ମଦନମୋହନଜୀଉ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ମଙ୍ଗଳବାର ଦିନ ଘଟ ସ୍ଥାପନ ପରେ ଶୁଭାଧିବାସ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ବୁଧବାର ଦିନ ମାଘ ପୂର୍ଣ୍ଣିମା ଅବସରରେ ଅଷ୍ଟମ ପ୍ରହର ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ୬ଟି କୀର୍ତ୍ତନ ଦଳ ଆସି ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଗୁରୁବାର ଦିନ ନଗର କୀର୍ତ୍ତନ ଗ୍ରାମ ପରିକ୍ରମା କରି ଉତ୍ସବ ଶେଷ କରାଯାଇଥିଲା । ଏହି ଉତ୍ସବକୁ ମଦନମୋହନଜୀଉ କମିଟିର ସଭାପତି ଭରତ ଚରଣ ସାହୁଙ୍କ ନେତୃତ୍ୱରେ କୁଳମଣି ନାୟକ, ଭବାନୀ ସାହୁ, କୁମାରେଶ ସାହୁ, ରବିନ୍ଦ୍ର ସାହୁ, ସରୋଜ ସାହୁ, ଦେବାଶିଷ କୁବେର, ମୃତ୍ୟୁଞ୍ଜୟ ସାହୁ, ମହେନ୍ଦ୍ର ସାହୁ, ପଞ୍ଚାନନ ଗେରୁ, ପଦ୍ମନାଭ ସାହୁ, ତ୍ରିଲୋଚନ ସାହୁ, ହଳଧର ସାହୁ, କୈଳାସ ସାହୁ, ଗଣେଶ ସାହୁ, ନଳିନୀକାନ୍ତ ସାହୁ, ଚିତ୍ତରଞ୍ଜନ ପୃଷ୍ଟି ଓ ସ୍ଥାନୀୟ ଗ୍ରାମବାସୀମାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।


Next Post

ଶ୍ରୀଧର ରାଉତ ଭିନ୍ନକ୍ଷମ ବାର୍ଷିକ ମେଧାବୃତ୍ତି ପ୍ରଦାନ

Thu Feb 13 , 2025
କେନ୍ଦ୍ରାପଡା,୧୩ା୨: ଭିନ୍ନକ୍ଷମତା ସହିତ ଆର୍ôଥକ ଅନାଗ୍ରସରତା ସର୍ବଦା ଓତଃପ୍ରୋତ ଭାବେ ଜଡ଼ିତ ଥାଏ । ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ ଗୁରୁତର ଭିନ୍ନକ୍ଷମତା ସହ ନିମ୍ନ ଆର୍ôଥକ ବର୍ଗରୁ ଆସିଥାନ୍ତି, ସେମାନଙ୍କ ନିମନ୍ତେ ଉଚ୍ଚଶିକ୍ଷା ସମାପନର ଲକ୍ଷ୍ୟ ଦୁରୁହ ହୋଇ ପଡିଥାଏ । ଫଳରେ ସେମାନଙ୍କ ମଧ୍ୟରୁ ଅନେକ ଅଧାରୁ ପାଠ ବନ୍ଦ କରିବାକୁ ବାଧ୍ୟ ହୋଇଥାନ୍ତି। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟରେ ଏହିପରି ଗୁରୁତର ଭିନ୍ନକ୍ଷମ ଓ […]

KANIKA