ପଟ୍ଟାମୁଣ୍ଡାଇ ତା ୧୭/୨- ପଟ୍ଟାମୁଣ୍ଡାଇ ପୈ।ର ପରିଷଦ ଅନ୍ତର୍ଗତ କଷଣଅଣ୍ଟା ପଂଚାୟତ ହାଇସ୍କୁଲ ଠାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କର ୩ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ‘ପ୍ରଗତି’ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚ୍ଚିତ୍ର ବେହୁରା ଓ ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକର ୪୮ ଜଣ ପ୍ରଧାନଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ରିଶୋର୍ସ ପର୍ସନ ଶୁଭା°ଶୁ କୁମାର ଦାସ, ତ୍ରିଲୋଚନ ସ୍ୱାଇଁ, ମନୋଜ କୁମାର ମୁଦୁଲି ଓ ସୁରେଶ ଜେନା ପ୍ରମୁଖ ଭାଷଣ ଦେଇ ପ୍ରଧାନଶିକ୍ଷକ ଦକ୍ଷ ହେଲେ ବିଦ୍ୟାଳୟର ରୂପରେଖ ସଂପୂର୍ଣ୍ଣ ବଦଳି ପାରିବ ବୋଲି ମତବ୍ୟକ୍ତ କରି ନୂତନ ଶିକ୍ଷା ନୀତି, ଶିକ୍ଷା ଅଧିକାର ନିୟମାବଳୀ, ବିଦ୍ୟାଳୟର ବିକାଶ ଯୋଜନାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,ଗୋଷ୍ଠୀ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷାକରି ବିଦ୍ୟାଳୟକୁ ସରସ ସୁନ୍ଦର କରାଯିବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରିବ ତାର କଳା କୈ।ଶଳ ଓ ତରିକା ସମ୍ପର୍କରେ ଆଲୋକପାତ କରିବା ସହିତ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରକୁ ସିଆରସି ସର୍ବଶ୍ରୀ ମଳୟ କୁମାର ଜେନା, ରଞ୍ଜନ ସାହୁ, ଅରବିନ୍ଦ ବଳ ଲୋକନାଥ ନାୟକ, ସଞ୍ଜୟ ସାହୁ ଲକ୍ଷ୍ମଣ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ପ୍ରଧାନଶିକ୍ଷକ ଗୋଲକ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।