
ପଟ୍ଟାମୁଣ୍ଡାଇ ତା ୧୬/୨- ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଜିଲ୍ଲା ସମ୍ମିଳନୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ୟୁ ଜି ୟୁ ପି ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି କରୁଣାକର ଭଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ଶିକ୍ଷକ ନେତା ଅବନୀ ମହାନ୍ତି ମୁଖ୍ୟଅତିଥି, ବିଜୟ ଜେନା ମୁଖ୍ୟବକ୍ତା, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ର, ଏଡିଟର ସୁଶାନ୍ତ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲା ସଂଘ ସମ୍ପାଦକ ଅଶୋକ ସାହୁ ଶିକ୍ଷକନେତା ରମେଶ ସାହାଣୀ, ତୁଷାର ସ୍ୱାଇଁ ଓ ଦୟାନିଧି ସ୍ୱାଇଁ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମଲିକ ସ୍କୁଲ ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ନାୟକ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ସଂଘର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ନେତା ବୀର କିଶୋର ସାହୁ ସ୍ୱାଗତଭାଷଣ ଓ ଦେବେନ୍ଦ୍ର ନାଥ ସ୍ୱାଇଁ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଶ୍ରୀକାନ୍ତ ଶତପଥୀ ଧନ୍ୟବାଦ ଦେଇଥିଲେ । ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀରେ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା କର୍ମକର୍ତ୍ତା ଓ ୯ଟି ବ୍ଲକର ସଭାପତି ଓ ସମ୍ପାଦକ ସମେତ ଶିକ୍ଷକନେତା ମାନେ ଯୋଗ ଦେଇଥିଲେ ।











