ଜିଲ୍ଲା କୋଷାଗାର ତରଫରୁ ସ୍ୱାସ୍ଥ୍ୟ ଶିବିର



କେନ୍ଦ୍ରାପଡା,୧୮ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅନୁରୋଧ କ୍ରମେ ଜିଲ୍ଲା କୋଷାଗାର ତରଫରୁ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର କୋଷାଗାର କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଉଦ୍‌ଘାଟନ କରିଥିଲେ । କେନ୍ଦ୍ରାପଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ମମତା ଦାସଙ୍କ ତତ୍ତ୍ୱାବଧାନରେ ଡାକ୍ତର ମିର୍ଜା ବାବର ବେଗ୍‌, ଡାକ୍ତର ସନ୍ଦୀପ ମହାନ୍ତି ଓ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଏବଂ ଟେକ୍‌ନିସିଆନ୍‌ଙ୍କ ସହଯୋଗରେ ଶତାଧିକ ବରିଷ୍ଠ ନାଗରିକ ତଥା ପେନ୍‌ସନ୍‌ଭୋଗୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ । ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ଜିଲ୍ଲା କୋଷାଗାର ଅଧିକାରୀ ଏବଂ ଡାକ୍ତରମାନଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବିର ପରିଚାଳନାରେ ସଂଘ ତରଫରୁ ହେମନ୍ତ କୁମାର ଜେନା, ବ୍ରଜକିଶୋର ଜେନା, ରବିନ୍ଦ୍ରନାଥ ରଥ, ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ବିଜୟ କୁମାର ଦାସ, ମହମ୍ମଦ ଜାହିଦ୍ ଏବଂ କୋଷାଗାର କାର୍ଯ୍ୟାଳୟ ତରଫରୁ ସତ୍ୟରଞ୍ଜନ ନାୟକ, ସୁକାନ୍ତ କୁମାର ବେହେରା, ଅବିନାଶ ରଥ, ପ୍ରିୟଦର୍ଶିନୀ ସାହୁ, ଅକ୍ଷୟ, ମନୋଜ, ଗୁରୁଚରଣ, ସୌଭାଗ୍ୟ ପ୍ରମୁଖ ସହଯୋଗ କରିଥିଲେ ।


Next Post

ଜୋର ଧରିଲା ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ମାନ୍ୟତା ଦାବୀ

Tue Feb 18 , 2025
ପଟ୍ଟାମୁଣ୍ଡାଇ ୧୭/୨ – ଦେଶ ସ୍ୱାଧିନତା ପରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମଧ୍ୟରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନକରି ଆସୁଥିଲା । ୨୦୦୮ରେ ସୀମା ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ବାଦ୍ ଦିଆଯାଇ ଭାଗଭାଗ କରି ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଗଲା । ଫଳରେ ସ୍ୱାଭୀମାନୀ ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ଲାଗିଥିଲା । ଯାହାକୁନେଇ ପଟ୍ଟାମୁଣ୍ଡାଇର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେତେବେଳେ […]

You May Like