
କେନ୍ଦ୍ରାପଡ଼ା,୧୮ା୨:ଆଇଡିଆଲ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ରୂପେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୁର୍ଯୋଧନ ପରିଡ଼ା ଯୋଗଦେଇ ଶିକ୍ଷାର୍ଥୀମାନେ କିପରି ଭବିଷ୍ୟତରେ ଭଲ ମଣିଷ ହେବେ ସେ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ବିଦ୍ୟାଳୟର ସଭାପତି ସରୋଜରାଜ ସିଂହ, ବିଦ୍ୟାଳୟର ସମ୍ପାଦକ ଅଧିକାରୀ ପ୍ରଭାତ କୁମାର ଦାସ ଓ ବିଦ୍ୟାଳୟର ଅଧ୍ୟକ୍ଷ ବାବାଜୀ ଚରଣ ମୁଦୁଲି ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ବିଦ୍ୟାଳୟର ଉପାଧ୍ୟକ୍ଷ ବଦ୍ରି ନାରାୟଣ ସିଂହ, ସହକାରୀ ଶିକ୍ଷକ ରଞ୍ଜନ କୁମାର ପତି, ଶୁଭେନ୍ଦୁ କୁମାର କର, ସ୍ମିତା ରାଣୀ ଲେଙ୍କା, ହିମାଂଶୁ କୁମାର ଦାସ, ସୁଶାନ୍ତ କୁମାର ପତି, ରଚନା ନାୟକ, ସସ୍ମିତା ଖଟୁଆ, ସାହିସ୍ତା ପରୱିନ, ମିତା ମହାନ୍ତି, ନର୍ଗିସ ଫିରଦୋସ, ସହିଦା ବେଗମ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ କିଶୋର କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନାଙ୍କ ନିର୍ଦ୍ଦେଶନାରେ ନାଟକ ମଞ୍ଚସ୍ଥ ହୋଇଥିଲା।











