ଖଡ଼ିଅଣ୍ଟାରେ ନୂତନ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ



ପଟ୍ଟାମୁଣ୍ଡାଇ ୨୧/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ଗ୍ରାମର ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ୩ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କଳସ ଶୋଭାଯାତ୍ରାରେ ଗ୍ରାମର ମହିଳା ଓ ପୁରୁଷମାନେ ସାମିଲ ହୋଇ ପବିତ୍ର ଗୋବରୀ ନଦୀର କଳିଙ୍ଗା ଘାଟରୁ ଶୁଦ୍ଧ ଜଳ ଆଣି ମନ୍ଦିର ନିକଟସ୍ଥ ଯଜ୍ଞ ଗୃହରେ ଘଟ ସ୍ଥାପନା କରିଥିଲେ। ଏହା ପରେ ଗୁରୁ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟପୂଜା, ଗୋପୂଜା. ଶାଲା ମାର୍ଜନା, ଶୌବନାମଗ୍ନୀ ସ୍ଥାପନ, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଣ୍ଡିତ ଦେବରାଜ ପାଢ଼ୀଙ୍କ ତତ୍ୱବଧାନରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ମଧ୍ୟରେ ହୋମ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ଯଜ୍ଞର ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ତଥା ଭଜନ କୀର୍ତନ କାର୍ଯ୍ୟକ୍ରମ ମାନ ପରିବେଷଣ କରା କରାଯାଇଥିଲା।


Next Post

ଶାସନ ନୋଡାଲ ହାଇସ୍କୁଲରେ ଅନ୍ତର୍ଜାତୀୟ ଭାଷା ଦିବସ

Fri Feb 21 , 2025
ପଟ୍ଟାମୁଣ୍ଡାଇ : ୨୧/୦୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ହାଇସ୍କୁଲରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି ।  ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ତପନ କୁମାର ରାୟଙ୍କ ପୈାରହିତ୍ୟରେ ଆୟୋଜିତ ସଭାରେ କଥାକାର ପ୍ରଦୀପ ନାୟକ , ‌ କବି ପ୍ରାଧ୍ୟାପକ ଡ. ନୀଳମଣି ଲେଙ୍କା ଓ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଷା ସହିତ ମା ମାଟି ଓ […]

You May Like