
ପଟ୍ଟାମୁଣ୍ଡାଇ : ୨୧/୦୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ହାଇସ୍କୁଲରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ତପନ କୁମାର ରାୟଙ୍କ ପୈାରହିତ୍ୟରେ ଆୟୋଜିତ ସଭାରେ କଥାକାର ପ୍ରଦୀପ ନାୟକ , କବି ପ୍ରାଧ୍ୟାପକ ଡ. ନୀଳମଣି ଲେଙ୍କା ଓ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଷା ସହିତ ମା ମାଟି ଓ ସଂସ୍କୃତିର ସମ୍ପର୍କ ଯୋଡ଼ି ହୋଇରହିଛି ବୋଲି ମତ ପ୍ରକାଶ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ମମତା ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଭାଷାଭିତ୍ତିକ ନୃତ୍ୟ,ସଙ୍ଗୀତ,କବିତା ଆବୃତ୍ତି ଓ କ୍ଷୁଦ୍ରନାଟକ ପରିବେଷଣ କରି କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟତ୍ରୀ ମୀନତୀ ଜେନା , ଜନ୍ମେଞୟ ସ୍ବାଇଁ, ପ୍ରଜ୍ଞା ମହାଳି, ହରିଶଙ୍କର ନାଥ, , ଅଜୟ ସାହୁ, ଗୀତାଞଳୀ ମିଶ୍ର, ନିବେଦିତା ଦାସ ପରିଚାଳନା କରିଥିବାବେଳେ ହରପ୍ରିୟା ସାହୁ, ପୂଜା ମଲିକ, ଜୟଶ୍ରୀ ପ୍ରଧାନ, ସ୍ମାରକୀ ପ୍ରିୟଦର୍ଶନୀ, ସରସ୍ବତୀ ପଲାଇ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ଚନ୍ଦ୍ରଭାନୁ ମଲ୍ଲିକ, ସ୍କୁଲ କମିଟି ସଭାପତି ବାସୁଦେବ ସେଠୀ, ଗଗନ ବିହାରୀ ଭୂୟାଁ, , ବିଷୁ ଚରଣ ଧଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।











