ଓସ୍ତପୁର ମଣ୍ଡିରେ ଚାଷୀଙ୍କୁ ଶୋଷଣ ଟୋକନ ପାଇବା ପରେବି ବିକ୍ରୀ ହେଉନି ଧାନ



କେନ୍ଦ୍ରାପଡା,୨୨ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଧାନମଣ୍ଡିରେ ଚାଷୀମାନଙ୍କୁ ଶୋଷଣ କରାଯାଉଥିବା ନେଇ ବେଷାମରିକ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ନବନିର୍ମାଣ କୃଷକ ସଙ୍ଘର ଏକ ପ୍ରତିନିଧିଦଳ ଏହି ଅଭିଯୋଗ ଆଣିଛନ୍ତି । ସଙ୍ଘ କହିଛି ଯେ ୪ଶହରୁ ଅଧିକ ଚାଷୀ ମେସେଜ ପାଇଥିଲେ ମଧ୍ୟ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି କେତେକ ଚାଷୀ ଟୋକନ ପାଇଥିଲେବି ଧାନ ବିକ୍ରୀ କରିପାରିନାହାନ୍ତି । ଜାନୁଆରୀ ୧୧ରେ ମଣ୍ଡି ଖୋଲିବା ପାଇଁ ସରକାରୀ ନିର୍ଦେଶ ଥିବା ବେଳେ ୧୬ତାରିଖରେ ମଣ୍ଡି ଖୋଲାଯାଇଥିଲା । ସମିତି ସମ୍ପାଦକ, କର୍ମକର୍ତ୍ତା, ମିଲ ମାଲିକ, ଯୋଗାଣ ଅଧିକାରୀ ମିଳିତ ଭାବେ ଧାନର ମାନ ନିର୍ଣ୍ଣୟ ନକରି ମନଇଛା କ୍ୱିଣ୍ଟାଲ ପିଛା ୩କିଲୋ ଧାନ କାଟାଯାଇଛି । ଚାଷୀମାନଙ୍କୁ ସିଧାସଳଖ ମିଲକୁ ଯିବାକୁ ନିର୍ଦେଶ ଦିଆଯାଇଛି ବୋଲି ନବନିର୍ମାଣ କୃଷକ ସଙ୍ଘର କେନ୍ଦ୍ରାପଡା ବ୍ଲକ ସଂଯୋଜକ ରବିନ୍ଦ୍ର ମହାପାତ୍ର, ବିଷ୍ଣୁ ପ୍ରସାଦ ମୁଦୁଲି, ଲୋକନାଥ ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ, ଦୁଃଖିଶ୍ୟାମ ଘଡାଇ, ଅଜୟ କୁମାର ଜେନା, ରଶ୍ମିରଞ୍ଜନ ପ୍ରଧାନ, ଅଭୟ ସ୍ୱାଇଁ, ଦେବେନ୍ଦ୍ର ପ୍ରସାଦ ଜେନା, ନିଖିଳ ଉତ୍କଳ ଗ୍ରାମୀନ ଚାଷୀ ମୂଲିଆ ସଙ୍ଘ ସଭାପତି ଫକିର ଚରଣ ଖଟୁଆ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading