ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦ୍ଦେଶ ନପାଇବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ୨୪ରେ


କେନ୍ଦ୍ରାପଡା,୨୨ା୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦ୍ଦେଶ ନମିଳିବାରୁ ଆସନ୍ତା ୨୪ତାରିଖରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ କେତେକ ହିତାଧିକାରୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଦେବେନ୍ଦ୍ରନଗର ଗ୍ରାମର ସ୍ୱର୍ଗତ ବିଜୟ ସାହାଣୀଙ୍କ ପତ୍ନୀ କୈାଶଲ୍ୟା ସାହାଣୀବ୍ସେହି ବ୍ଲକର କବିତା ସ୍ୱାଇଁ, ବାସନ୍ତୀ ବଳ, ପଟ୍ଟାମୁଣ୍ଡାଇ ବ୍ଲକର ମୀନତି ଜେନା, ସଂଯୁକ୍ତା ବେହେରା, ମାର୍ଶାଘାଇ ବ୍ଲକର ସୁଲୋଚନା ଲେଙ୍କା ପ୍ରମୁଖ ସରକାରଙ୍କ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାର ହୋଇଥିଲେବି ସେମାନଙ୍କୁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଅର୍ନ୍ତଭୁକ୍ତ କରାଯାଇନାହିଁ କି ସେମାନଙ୍କୁ ଏହି ଯୋଜନାରେ ଗୃହନିର୍ମାଣ ପାଇଁ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇନାହିଁ । ଏହି ହିତାଧିକାରୀମାନେ ଏସମ୍ପର୍କରେ ସଂପୃକ୍ତ ବ୍ଲକର ବିଡିଓ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତିରାଜ ବିଭାଗର ଶାସନ ସଚିବଙ୍କୁ ଗତ ୨୦୨୧ମସିହା ଠାରୁ ବାରମ୍ବାର ଲିଖିତ ଭାବରେ ନିବେଦନ କରିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ଆସନ୍ତା ୨୪ତାରିଖ ସୋମବାର ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଗତ ୧୮ତାରିଖରୁ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଏସମ୍ପର୍କରେ ଜଣାଇଦେଇଛନ୍ତି । ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ବିଧବା ମହିଳା, ଦଳିତ ବର୍ଗ ଓ ଗରିବମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯିବା କଥା । କିନ୍ତୁ ଏଠାରେ ସେଭଳି କରାଯାଇନଥିବା ବେଳେ ସରକାରଙ୍କ ଯୋଜନାକୁ ବାଟବଣା କରାଯାଉଥିବା ଅଭିଯୋଗକାରୀ କୈାଶଲ୍ୟା ସାହାଣି, ମୀନତୀ ଜେନା, ସୁଲୋଚନା ଲେଙ୍କା, ବାସନ୍ତୀ ବଳ, କବିତା ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି ।


Next Post

ପଟ୍ଟାମୁଣ୍ଡାଇ : ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା!, ଥାନାରେ ଅଭିଯୋଗ

Sun Feb 23 , 2025
ପଟ୍ଟାମୁଣ୍ଡାଇ ୨୨/୨ – ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ଧଣିଆପଲ୍ଲୀ ଗ୍ରାମରେ ଶନିବାର ଏକ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି । ଗ୍ରାମାଂଚଳ ଥାନା ପୋଲିସ ଏ ସମ୍ପର୍କରେ ମାମଲା ୭୦/୨୦୨୫ ରୁଜୁ କରି […]

KANIKA