ଗୋବରୀ ମହୋତ୍ସବ ଅନୁଷ୍ଠିତ ରାଜ୍ୟର ବହୁ ପ୍ରତିଭା ସମ୍ବର୍ଦ୍ଧିତ



କେନ୍ଦ୍ରାପଡା,୨୩ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଣ୍ଡାଖିଆ ଠାରେ ମୁର୍ଛନା ଏବଂ ଓଡିଶା କଲଚର ଆର୍ଟ ଏକାଡେମୀ, ଓଡିଶା ପକ୍ଷରୁ ଗୋବରୀ ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ମୁର୍ଛନାର ନିର୍ଦେଶକ ବସନ୍ତ କୁମାର ଦାସଙ୍କ ପୈାରହିତ୍ୟରେ ଏବଂ ସଂଗୀତ ନିର୍ଦେଶକ ଦୀନେଶ ମଲ୍ଲିକଙ୍କ ସଂଯୋଜନାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଶିକ୍ଷାବିତ ତଥା ସମାଜସେବୀ ଶଶଧର ପଣ୍ଡା ମୁଖ୍ୟଅତିଥି, ବିଶିଷ୍ଟ ସମାଜସେବୀ ତପନ କୁମାର ଦାସ ମୁଖ୍ୟବକ୍ତା, ରାଜ୍ୟ ସଂସ୍କୃତି ବିଭାଗ ଅଧିକାରୀ ଡ. ତ୍ରିଲୋଚନ ବରାଳ, ନବକିଶୋର ଦାସ, କେଶବ ଚନ୍ଦ୍ର ରାଉତ, ନିଖିଳେଶ ମହାନ୍ତି, ଜିଲ୍ଲା ସଂସ୍କୃତି ବିଭାଗ ସହ ସଂଯୋଜକ ରାଜକିଶୋର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜିବିତ କରି ରଖିବା ନିମନ୍ତେ ମୁର୍ଛନା ଏବଂ ଓଡିଶା କଲଚର ଆର୍ଟ ଏକାଡେମୀ ସାରା ରାଜ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରି ଆସୁଥିବା ବକ୍ତବ୍ୟ ରଖିଥିଲେ। ପ୍ରଦୀପ କୁମାର ବିହାରୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଏହି ଅବସରରେ ରାଜ୍ୟର କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ବରଗଡ, ମାଲକାନଗିରି, ବୈାଦ୍ଧ, ପୁରୀ ଭଳି ୧୦ଟି ଜିଲ୍ଲାର କଳାକାର, କବି, ସାହିତ୍ୟିକ, ଅଭିନେତା, ଚିତ୍ରଶିଳ୍ପୀ ଓ ସମାଜସେବୀମାନଙ୍କୁ ତୁଳସୀକ୍ଷେତ୍ର ଓ ଜିଲ୍ଲା ଗୈାରବ ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅରକ୍ଷିତ ଜେନା, ନମିତା ରାଉତ, ସଶ୍ମିତା ମଲ୍ଲିକ, ସୁଶାନ୍ତ ପରିଡା, ନିରାକାର ମହାରଣା, ଗୈାରାଙ୍ଗ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ରତ୍ନାକର ସଂଗୀତ ସଦନର କଳାକାରମାନଙ୍କ ଦ୍ୱାରା ନୃତ୍ୟ, ଗିତିନାଟ୍ୟ ‘କନ୍ଦରା ଦରବାର’ ଓ ଭଜନ ପରିବେଷଣ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading