ଡେଲି ପାସେଞ୍ଜର୍ ରେଳଗାଡି ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ଦାବିପତ୍ର



କେନ୍ଦ୍ରାପଡ଼ା,୨୩ା୨: ପାରାଦ୍ୱୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡା ଷ୍ଟେସନ୍‌ରୁ କଟକରୁ ଭୁବନେଶ୍ୱର ଡେଲି ପାସେଞ୍ଜର ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ସମାଜସେବୀ ସମୀର ଚାନ୍ଦ କେନ୍ଦ୍ରାପଡା ଷ୍ଟେସନ୍ ମାଷ୍ଟର୍ କାହ୍ନୁଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡା ସାଂସଦ, କେନ୍ଦ୍ରାପଡା ବିଧାୟକଙ୍କୁ ଦାବିପତ୍ର ଦେଇଛନ୍ତି । ପ୍ରତ୍ୟେକ ଦିନ କଟକ, ଭୁବନେଶ୍ୱରକୁ ରେଳ ଚାଲିଲେ । ସାଧାରଣ ଲୋକେ ଅନେକ ଉପକୃତ ହେବେ । କଟକ, ଭୁବନେଶ୍ୱରରେ ପହଞ୍ôଚଲେ ଦୂରଦୂରାନ୍ତ ଯିବା ପାଇଁ ଅନେକ ସୁବିଧା ଉପଲବ୍ଧ ପାଇବେ । ଟିକେଟ୍‌ର ମୂଲ୍ୟ କମ୍ ହୋଇଥିବାରୁ ଆର୍ଥିକ ଦୃଷ୍ଟିରୁ କେନ୍ଦ୍ରାପଡା ଲୋକମାନେ ସହାୟତା ପାଇବେ । ଏହି ରେଳ ଚଳାଚଳ ହେଲେ ଚାଷୀ ଓ ବ୍ୟବସାୟୀ ସଂଘ ଉଭୟ ଲାଭକୃତ ହେବେ । ଚାଷ ଉପଯୋଗୀ ଉପକରଣ ଓ ଅନ୍ୟାନ୍ୟ ପ୍ରତ୍ୟେକ ଦ୍ରବ୍ୟ ଯାତାୟତରେ ସୁବିଧା ପାଇପାରିବା ଭିନ୍ନକ୍ଷମ ଲୋକମାନଙ୍କୁ ବସ୍ ଯାତାୟତରେ ବହୁତ ବାଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ରେଳ ଚଳାଚଳ ଦ୍ୱାରା ଭିନ୍ନକ୍ଷମ ଲୋକମାନଙ୍କୁ ଅନେକ ସେବା ମିଳିପାରିବ । ଦୂର ଦୂରରୁ ଆସୁଥିବା ବ୍ୟବସାୟୀ ଲୋକେ ବସ୍‌ରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରେଳର ଯାତାୟତ ହେଲେ ସେମାନେ ସୁବିଧାରେ ଯାତାୟତ କରିପାରିବେ । ଏଥିସହିତ କେନ୍ଦ୍ରାପଡା ଆର୍ଥିକ ସ୍ତରରେ ଉନ୍ନତି କରିପାରିବ ।


Next Post

ଗୋବରୀ ମହୋତ୍ସବ ଅନୁଷ୍ଠିତ ରାଜ୍ୟର ବହୁ ପ୍ରତିଭା ସମ୍ବର୍ଦ୍ଧିତ

Sun Feb 23 , 2025
କେନ୍ଦ୍ରାପଡା,୨୩ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଣ୍ଡାଖିଆ ଠାରେ ମୁର୍ଛନା ଏବଂ ଓଡିଶା କଲଚର ଆର୍ଟ ଏକାଡେମୀ, ଓଡିଶା ପକ୍ଷରୁ ଗୋବରୀ ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ମୁର୍ଛନାର ନିର୍ଦେଶକ ବସନ୍ତ କୁମାର ଦାସଙ୍କ ପୈାରହିତ୍ୟରେ ଏବଂ ସଂଗୀତ ନିର୍ଦେଶକ ଦୀନେଶ ମଲ୍ଲିକଙ୍କ ସଂଯୋଜନାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଶିକ୍ଷାବିତ ତଥା ସମାଜସେବୀ ଶଶଧର ପଣ୍ଡା ମୁଖ୍ୟଅତିଥି, ବିଶିଷ୍ଟ ସମାଜସେବୀ ତପନ କୁମାର ଦାସ ମୁଖ୍ୟବକ୍ତା, ରାଜ୍ୟ ସଂସ୍କୃତି […]

KANIKA