ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ , ବନ୍ଧୁତ୍ୱପୂର୍ଣ୍ଣ ବାଳିକା ମ୍ୟାଚରେ ୩-୦ଗୋଲରେ କେନ୍ଦ୍ରାପଡା ବିଜୟୀ



କେନ୍ଦ୍ରାପଡ଼ା,୨୩ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଏକ ବନ୍ଧୁତ୍ୱପୂର୍ଣ୍ଣ ବାଳିକା ଫୁଟବଲ ମ୍ୟାଚ୍ ରବିିବାର ସନ୍ଧ୍ୟାରେ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବରିଷ୍ଠ ଉପଦେଷ୍ଟା ସୟଦ ଅବଦୁଲ ସତ୍ତାର,କ୍ଲବର ଉପସଭାପତି ମୀର ବକ୍କାଉଲ୍ଲା ଓ ସମ୍ପାଦକ ସେକ ଲିୟାକତ ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ। କେନ୍ଦ୍ରାପଡା ବାଳିକା ଫୁଟବଲ ଦଳ ଓ ଭୁବନେଶ୍ୱର ବାଳିକା ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ କେନ୍ଦ୍ରାପଡା ବାଳିକା ଦଳ ଭୁବନେଶ୍ୱର ବାଳିକା ଦଳକୁ ୩-୦ ଗୋଲରେ ହରାଇ ବିଜୟୀ ହୋଇଥିଲା। ଅତିଥିମାନେ ବିଜୟୀ ଦଳ ଓ ରନର୍ସଅପ ଦଳକୁ ଟ୍ରଫି ଓ କପ୍ ପ୍ରଦାନ କରି ପୁରସ୍କୃତ କରିଥିଲେ। ଆଜିର ମ୍ୟାଚକୁ ସୁହାନୀ ରାଜପୁତ୍‌, ପରମିତା ଘୋଷ, ସୋମା ମୁର୍ମୁ ଓ ଦେବଜାନୀ ମଣ୍ଡଳ ପ୍ରମୁଖ ରେଫରୀ ଭାବରେ ପରିଚାଳନା କରିଥିଲେ। ସହସମ୍ପାଦକ ସେକ ସଇଫୁଲ୍ଲା ଓ ସେକ ସିରହାନ ଅଲ୍ଲୀ, ଉପଦେଷ୍ଟା ଟିକା ଖାନ୍‌,ମୀର ଖୁବେର, ଜାହିଦ୍ ଖାନ୍‌, ଜୁମା ଖାନ୍‌, ମୀର ୟାସିର, ଅବଦୁଲ ମଲ୍ଲିକ, ମହମ୍ମଦ ଜାକିର, ସେକ ଅକ୍ତର, କଲିମ ଖାନ୍‌, ନୁରୁଲ ହକ୍‌, ମୀର ଫାରୁକ୍‌, ବସ ଖାନ୍‌, ସୟଦ ଅହେସାନ ଅଲ୍ଲୀ, ଅବଦୁଲ ମଜିଦ, ସେକ କମିଲ, ପ୍ରଦୀପ କୁମାର ବେହେରା, ସେକ ୱାସିମ, ସେକ କମିଲ, ସାଜେଦୁର ରହେମାନ, ଖାଜା ରମଜାନୀ, ଅସିଫ ଖାନ୍‌, ସେକ ପରୱେଜ ଅକ୍ତର, ସେକ ଅମୀର ଅହମ୍ମଦ, ଫୁରକାନ ଖାନ, ମହମ୍ମଦ ଅମୀର, ନଫିସ ଅହେମ୍ମଦ, ନୁର ଖାନ୍‌, ଅଝାରୁଦ୍ଦିନ ଖାଁ, ସେକ ନସିରୁଦ୍ଦିନ୍‌, ରହେମତ ଖାନ୍‌, ଲାଲାବାବୁ, ସେକ ଫରହାନ୍‌, ମୁନା ଖାନ୍‌, ବାବା ଖାନ୍‌, ଅସିଫ୍ ଖାନ୍‌, ଅହେମ୍ମଦ ଖାନ୍‌, ରାଜୁ ଖାନ, ଅଦିବ ଖାନ, ଉସମାନ ଖାନ, ସଫିଉର ରହେମାନ, ସାହାବାଜ୍‌, ସେକ ଗୁଡୁ, ରାକେଶ ମହାପାତ୍ର, ଆୱାସ, ୱାସିମ୍‌, ମେହେବୁବ୍ ଅଲ୍ଲୀ, ଫାୟାଜ୍‌, ଅଲି ଖାନ, ଜସ୍ମିନ୍‌, ତାଜ ମହମ୍ମଦ, ଇସମାଇଲ, ରିଙ୍କୁ, କରନ, ମୋଜୋ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading