କେନ୍ଦ୍ରାପଡ଼ା,୨୪ା୨: କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ତିନିମୁହାଣୀ ଚଟିପୋଲ ନିକଟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ କଟକ- ଚାନ୍ଦବାଲି ରାଜପଥରେ ଏକ ହାଇୱା ଧକ୍କାରେ ସୋମବାର ପୂର୍ବାହ୍ଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ମହିପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳୀ ପୃଷ୍ଟି(୩୨)। ମହିଳା ଜଣକ ନିଜର ୪ ବର୍ଷର ପୁତ୍ର ସହ ସ୍ୱାମୀ କାମାକ୍ଷା ପ୍ରସାଦ ସାହୁଙ୍କ ସହିତ ସ୍କୁଟିରେ ବସି […]

କେନ୍ଦ୍ରାପଡ଼ା,୨୪ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲା ପରିଷଦ ସଭାପତି […]

କେନ୍ଦ୍ରାପଡ଼ା,୨୪ା୨: ରାଜ୍ୟର ଅଗ୍ରଣୀ ସମବାୟ ଅନୁଷ୍ଠାନ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୩୮ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାଙ୍କର ଅଂଶୀଦାର, ଜମାକାରୀ, ଗ୍ରାହକ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ବ୍ୟକ୍ତ କରିଥିଲେ । ପ୍ରଥମେ ଓଡିଶାର ସମବାୟ ଆନ୍ଦୋଳନର ପୁରୋଧା […]

ପଟ୍ଟାମୁଣ୍ଡାଇ ତା ୨୪/୨- ହରା ଭାରତ ଓ ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉତ୍କଳ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଦୀପକ ବେହେରା (ହୃଦରୋଗ ବିଶେଷଜ୍ଞ), ଡାକ୍ତର ଦୀପକ ମହାପାତ୍ର (ଭେଷଜ ବିଶେଷଜ୍ଞ), ଅମିତ୍ କୁମାର ସିଂହ (ଅସ୍ଥିଶଲ୍ୟ ବିଶେଷଜ୍ଞ) ପ୍ରମୁଖ ଯୋଗ ଦେଇ ୧୦୦ ରୁ ଉର୍ଦ୍ଧ ରୋଗୀଙ୍କର ରକ୍ତଚାପ, ମଧୁମେୟ ଓ ଇ ସି […]

କେନ୍ଦ୍ରାପଡ଼ା,୨୩ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଏକ ବନ୍ଧୁତ୍ୱପୂର୍ଣ୍ଣ ବାଳିକା ଫୁଟବଲ ମ୍ୟାଚ୍ ରବିିବାର ସନ୍ଧ୍ୟାରେ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବରିଷ୍ଠ ଉପଦେଷ୍ଟା ସୟଦ ଅବଦୁଲ ସତ୍ତାର,କ୍ଲବର ଉପସଭାପତି ମୀର ବକ୍କାଉଲ୍ଲା […]