ବାଲିପାଟଣାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର



ପଟ୍ଟାମୁଣ୍ଡାଇ ତା ୨୪/୨- ହରା ଭାରତ ଓ ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉତ୍କଳ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଦୀପକ ବେହେରା (ହୃଦରୋଗ ବିଶେଷଜ୍ଞ), ଡାକ୍ତର ଦୀପକ ମହାପାତ୍ର (ଭେଷଜ ବିଶେଷଜ୍ଞ), ଅମିତ୍ କୁମାର ସିଂହ (ଅସ୍ଥିଶଲ୍ୟ ବିଶେଷଜ୍ଞ) ପ୍ରମୁଖ ଯୋଗ ଦେଇ ୧୦୦ ରୁ ଉର୍ଦ୍ଧ ରୋଗୀଙ୍କର ରକ୍ତଚାପ, ମଧୁମେୟ ଓ ଇ ସି ଜି ପରୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟର ପ୍ରଧ୍ୟାପକ ଦୁଃଶାସନ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ହରାଭାରତ ପରାମର୍ଶଦାତା ଦିନମଣି ମଲ୍ଲିକ, ବାଲିପାଟଣା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ନାୟକ, ବାଲିପାଟଣା ସ୍କୁଲ ପରିଚାଳନା କମିଟି ସଭାପତି ସୌମେନ୍ଦ୍ର ନାୟକ, ହରାଭାରତର ସମ୍ପାଦକ ପ୍ରିୟବ୍ରତ ସାହୁ, ସଦସ୍ୟ ବିଭୁଦତ୍ତ ନାୟକ, ଚିତ୍ତରଞ୍ଜନ ବେହେରା, ରାଜଦୀପ୍ ମଲ୍ଲିକ, ସଂଗ୍ରାମ ପାତ୍ର, ଶୁଭ୍ରଜିତ୍ ଜେନା, ସ୍ମୃତି ରଞ୍ଜନ ତରାଇ ହିମାଂଶୁ ଭୂଷଣ ଜେନା, ସୁନୀଲ ବେହେରା, ଶିବପ୍ରସାଦ ତରାଇ, ନିଳମଣି ତରାଇ, ଅମିତ୍ କୁମାର ଜେନା,ଅଭିଜିତ୍ ଜେନା, ଶୁଭମ୍ ମଲ୍ଲିକ, ସଞ୍ଜୀବ ସ୍ଵାଇଁ, ପବିତ୍ର ଜେନା, ମଳୟ ତରାଇ, ସୌମ୍ୟ ରଞ୍ଜନ ମଲ୍ଲିକ, ଶୁଭ୍ରାଂଶୁ ଜେନା, ସନାତନ ତରାଇ, ସ୍ନେହା ଜେନା, ସାଇଶ୍ରୀ ସାହୁ, ବନିତା ଜେନା, ପ୍ରିୟଙ୍କା ଜେନା, ସ୍ଵାଗତିକା ତରାଇ, ବର୍ଷାରାଣୀ ବେହେରା, ସୁଚିସ୍ମିତା ଜେନା, ମଧୁସ୍ମିତା ତରାଇ, ଲିପ୍ସା ରାଣୀ ବେହେରା, ସୁଶ୍ରୀସଙ୍ଗୀତା ତରାଇ,ଶ୍ରୀକ୍ରିଷ୍ଣା ପାତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରୋଗୀମାନଙ୍କୁ ଉତ୍ସIହିତ କରିବା ସହିତ ଶିବିର ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading