କଜଳା ବିଲେଶ୍ୱର ମହାଦେବଙ୍କ ଜାଗର ଯାତ୍ରା



କେନ୍ଦ୍ରାପଡା୨୬/୨-କେନ୍ଦ୍ରାପଡା କଜଳା ବିଲେଶ୍ୱର ମହାଦେବଙ୍କ କାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତ ୪ଟା ସମୟରେ ମହାସ୍ନାନ କାରାଯାଇ ପ୍ରାତ ୫ଟା ସମୟରେ ମଙ୍ଗଳା ଆରତି କାରାଯିବା ପରେ ବଡସିଂହାର ବେଷ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ମହାଦେବଙ୍କୁ ଦର୍ଶନକରି ଜାଗର ବ୍ରତ ପାଳନ କରିଥିଲେ । ସେହିପରି ସଂନ୍ଦ୍ୟା ୮ଟାରେ ମହାଦେବଙ୍କ ମହାଅଭିଷେକ କରାଯାଇଥିଲା । ମନ୍ଦିର ପରିସରରେ ବହୁଭକ୍ତ ଦିନସାରା ଉପବାସ ବ୍ରତ ପାଳନ କରି ମହାଦୀପ ଉଠିବା ପର୍ଯନ୍ତ ଦୀପ ଜାଳି ବସିରହିଥିଲେ । ଏହାପରେ ରାତି ୧୧ଟା ସମୟରେ ମହାଦୀପ ଉଠିଥିଲା । ସମସ୍ତ କାର୍ଯ୍ୟ ବିଲେଶ୍ୱର ମନ୍ଦିର କମିଟିର ସଭାପତି ଗୌତ୍ତମ ମଲ୍ଲିକ,ଉପସଭାପତି ଅଶୋକ ମଲ୍ଲିକ, ସମ୍ପାଦକ ସାରଦା ପ୍ରସାଦ ସାହୁ, ସହ ସମ୍ପାଦକ ସ୍ୱରୁପ ରାଉତରାୟ,କୋଷାଧ୍ୟକ୍ଷ ପ୍ରଦୀପ ସାହୁ, ମହେନ୍ଦ୍ର ମିଶ୍ର, କାଉଁସିଲର ପ୍ରଭାଶିଷ ପଣ୍ଡା, ନିମାଇଁ ଚରଣ ଦାସ, ତୁଷାର ମିଶ୍ର, ଅନିଲ ପ୍ରକାଶ ଧଳ ପ୍ରମୁଖ ଦ୍ୱାରା ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିଥିଲେ । ସହରସ୍ଥ ଅମରେଶ୍ୱର,ଶ୍ରୀ ଶ୍ରୀ ତ୍ରିବାଙ୍କେଶ୍ୱର ଶିବ ମନ୍ଦିର, କପାଳେଶ୍ୱର ପ୍ରାଚୀନ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା ।


Next Post

ମହାଦେବ ସେନାର ବାର୍ଷିକ ଯଜ୍ଞ ଉତ୍ସବ-୨୦୨୫

Thu Feb 27 , 2025
କେନ୍ଦ୍ରାପଡ଼ା,୨୭ା୨: ଗତକାଲି କେନ୍ଦ୍ରାପଡ଼ା ନିକଟସ୍ଥ ବାରୁଅ ଗ୍ରାମ ଇଟ୍ଟୀପୁର ପ୍ରସିଦ୍ଧ ଗିରିମଠ ପରିସରରେ ଚଳିତ ବର୍ଷ -୨୦୨୫ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାର୍ଷିକ ଯଜ୍ଞ ଉତ୍ସବ, ଆଧ୍ୟାତ୍ମିକ ସଭା, ସମ୍ବର୍ଦ୍ଧନାସଭା, ଭଜନ କାର୍ଯ୍ୟକ୍ରମ ଇତ୍ୟାଦି ସ୍ଥାନୀୟ ମହାଦେବ ସେନା ତରଫରୁ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଆଇନଜୀବୀ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ବିଶିଷ୍ଟ ଅତିଥି କନିକା […]

KANIKA