ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୨୭/୭ -ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ପୌରପରିଷଦ ୧୦ ନମ୍ୱର ୱାର୍ଡ ୨୨୯ ନମ୍ୱର ବୁଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଜପା ରାଜ୍ୟପରିଷଦ ସଦସ୍ୟ ସୁନାକର ବେହେରା ଯୋଗ ଦେଇ ମନ କି ବାତ ଶୁଣିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାରା ଦେଶର ନାଗରିକଙ୍କୁ ଦେଶର ବିଭିନ୍ନ ସମସ୍ୟା, ସମାଧାନ ଓ ଦେଶପ୍ରେମ ଜାଗ୍ରତ କରି ସୁଦୃଢ ରାଷ୍ଟ୍ର ଗଠନ ପାଇଁ ବାର୍ତା ଦେଇଥିବା ପ୍ରକାଶ କରି ଥିଲେ। ଏଥିରେ ଭାଜପା ଯୁବ ନେତା ଆଇନଜୀବୀ ଭାରତ ଭୁଷଣ ଦାସ , ଆଇନଜୀବୀ ପ୍ରମୋଦ ସାହୁ, କାଉନସିଲର ବିଦ୍ୟାଧର ସେଠୀ, ପୂର୍ବତନ ନଗର ଭାଜପା ସଭାପତି ପଦ୍ମନାଭ ପଣ୍ଡା ଓ ଉପେନ୍ଦ୍ର ନାୟକ, ଜିଲ୍ଲା ଭାଜପା ସମ୍ପାଦକ ଚନ୍ଦନ ପାତ୍ର, ପୂର୍ବତନ କାଉସିଲର ପଦକ୍ଷରବିନ୍ଦ ସାହୁ, ମନୋଜ ନାୟକ, ସମୀର ପାତ୍ର, ସୁଧାଂଶୁ ଯେନା, ଭରତ ଭଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଭାପତି ସରସ୍ୱତୀ ସାହୁ ଓ ରିଲିୟା ମଲିକ, ସମ୍ପାଦକ ପୁଷ୍ପଲତା ମଲିକ, ବେବିନା ସାହୁ, ମମତା ସାହୁ, ବିଦୁଲତା ସାହୁ ପ୍ରମୁଖ ଶତାଧିକ କକ୍ଷର୍ଯ୍ୟକର୍ତା ଯୋଗ ଦେଇଥିଲେ। ଶେଷରେ ଆଇନଜୀବୀ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading