ଚିତ୍ରଗୁରୁ ସୌମ୍ୟରଂଜନଙ୍କୁ ଓଡିଶା ସୃଜନ ଯୁବ ସମ୍ବର୍ଦ୍ଧନା-୨୦୨୫



କେନ୍ଦ୍ରାପଡା- ଚିତ୍ରକଳା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରତିଯୋଗୀତାରେ ନିଜ କଳାର ଉନ୍ନତି ସହିତ କେନ୍ଦ୍ରାପଡା ଓ ଓଡିଶା ପାଇଁ ଗୌରବ ଆଣୁଥିବା କ୍ରିଷା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର ପ୍ରତିଷ୍ଠାତା ତଥା ପୌରପାଳିକା ସରକାରୀ ହାଇସ୍କୁଲ ମହିପାଳର କଳା ଶିକ୍ଷକ ଚିତ୍ରଗୁରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ତା୨୭.୦୭.୨୦୨୫ରିଖ ସନ୍ଧ୍ୟା ୭ଟାରେ ଅଭିକ୍ଷା ପରିବାର ଅନୁଷ୍ଠାନ ତରଫରୁ ଆୟୋଜିତ ଓଟିଶା ଉତ୍କର୍ଷ ସମ୍ବର୍ଦ୍ଧନା ଉତ୍ସବରେ “ଓଡିଶା ସୃଜନ ଯୁବ ପ୍ରତିଭା-୨୦୨୫’ ସମ୍ମାନରେ ସମ୍ମାନିତ କରାଯାଇ ଅଛି । ଓଡିଶାର ଐତିହ୍ୟ, ସଂସ୍କୃତି, ପରିବେଶ ସଚେତନତା ଚିତ୍ର ଓ ଅବିକଳ ପ୍ରତିକୃତି ଅଙ୍କନ କରି ସାରା ଭାରତ ବର୍ଷରେ ଏକ ଚର୍ଚ୍ଚିତ ଯୁବ ଚିତ୍ରଶିଳ୍ପୀ ଭାବେ ପ୍ରତିଷ୍ଠିତ ହୋଇ ୨୫ ବର୍ଷର କଳା ସାଧନାରେ କେନ୍ଦ୍ରାପଡାକୁ ଗୌରବାନ୍ୱିତ କରିଛନ୍ତି । ଉକ୍ତ ଉତ୍ସବର ମୁଖ୍ୟ ମାନସୀ ଶତପଥୀ, ଉଦ୍ଘାଟକ ବିଶିଷ୍ଟ ରାଜନେତା ଭାରତୀୟ ଜନତାପାର୍ଟି ଶ୍ରୀ ଗୋଲକ ମହାପାତ୍ର, ମୁଖ୍ୟ ଅତିଥି ପ୍ରସିଦ୍ଧ ଭାଷ୍କର୍ଯ୍ୟ ଶିଳ୍ପୀ ତଥା ପଦ୍ମ ବିଭୁଷଣ ସୁଦର୍ଶନ ସାହୁ, ସମ୍ମାନିତ ଅତିଥି ଖ୍ୟାତନାମା ଅଭିନେତ୍ରୀ ଶ୍ରୀମତୀ ଜୟାସ୍ୱାମୀ, ବିଶିଷ୍ଟ ଚିତ୍ରଶିଳ୍ପୀ ସଞ୍ଜୟ ଭଟ୍ଟ, ସିନେ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଖଟୁଆ ଉପସ୍ଥିତ ଥିବା ବେଳେ ଟେରାକୋଟା ପାଇଁ ଶ୍ରୀମତୀ କବିତା ମହାନ୍ତି, ସାମ୍ବାଦିକତା ପାଇଁ ଶ୍ରୀଯୁକ୍ତ ଧୃତିକମ ମହାନ୍ତି, କ୍ରୀଡା ପାଇଁ ଦୁତିଚାନ୍ଦ, ଓଡିଶୀ ନୃତ୍ୟପାଇଁ ଶ୍ରୀଯୁକ୍ତ ଗୌରୀ ଶଙ୍କର ଦାସ, ମର୍ଡର୍ଣ୍ଣ ନୃତ୍ୟ ପାଇଁ ଶ୍ରୀଯୁକ୍ତ ଅମିର ପତି, ସାମାଜିକ ସେବା ପାଇଁ ଶ୍ରୀମତୀ ଛବିଲତା ବାରିକ, ଶିକ୍ଷାପାଇଁ ଶ୍ରୀଯୁକ୍ତ ନିରଞ୍ଜନ ସ୍ୱାଇଁ, ଯୁବଚିତ୍ର ଶିଳ୍ପୀ ଭାବେ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ବରିଷ୍ଠ କ୍ଷେତ୍ରରେ ଚିତ୍ର ପାଇଁ ଶ୍ରୀ ପ୍ରଦ୍ୟୁମ୍ନ ଦାଶ, ଡ୍ରାମା ପାଇଁ ଶ୍ରୀଯୁକ୍ତ ବିକାଶ ଦାସ, ସାହିତ୍ୟ ପାଇଁ ଶ୍ରୀଯୁକ୍ତ ଦେବପ୍ରସାଦ ଦାସ ଓ ଆଜୀବନ ବ୍ୟାପି ଶ୍ରେଷ୍ଠ ସାଧନା ଚିକିତ୍ସା କ୍ଷେତ୍ରରେ ପଦ୍ମଶ୍ରୀ ଶ୍ରୀଯୁକ୍ତ ଡ. ଅଶୋକ ମହାପାତ୍ର ଓ ସିନେମା ପାଇଁ ହିମାଂଶୁ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବଟିକୁ ସଂଳାପ ଲେଖକ ବିଜୟ ମଲ୍ଲ ସଂଯୋଜନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading