ପୁନର୍ବାସ ପକ୍ଷରୁ ପାରାକ୍ରୀଡାବିତ୍ ଙ୍କୁ ଆର୍ଥିକ ପ୍ରୋତ୍ସାହନ



କେନ୍ଦ୍ରାପଡା ୨୯/୭- ଜିଲ୍ଲାର ଭିନ୍ନକ୍ଷମମାନଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଜାତୀୟସ୍ତରୀୟ ପାରା କ୍ରୀଡ଼ାବିତ୍ ସୁଧୀର ମଲିକଙ୍କୁ କ୍ରୀଡା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଗୋଆ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବୋସିଆ ନ୍ୟାସନାଲ୍ ଫେଡେରେସନ୍ କପ୍ , ୨୦୨୫ ରେ ଅଂଶଗ୍ରହଣ ଦେୟ ବାବଦେ ଏହି ଆର୍ôଥକ ସହାୟତା ରାଶି ତାଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା ଚେକ୍ ଆକାରରେ ଏହି ଅର୍ଥ ପାରାକ୍ରୀଡ଼ାବିତ୍ ଙ୍କୁ ପ୍ରଦାନ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ, ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗ୍ରାମର ସୁଧୀର ମଲିକ ହାଇଦ୍ରାବାଦ ସହରରେ କମ୍ପାନୀର ମାର୍କେଟିଙ୍ଗ୍ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ଥ ହୋଇ ଭିନ୍ନକ୍ଷମ ହୋଇ ପଡ଼ିଥିଲେ। ମାତ୍ର ପାରାକ୍ରୀଡା ପ୍ରତି ନିଜର ଆଗ୍ରହ ରଖି ସେ ଗତବର୍ଷ ମଧ୍ୟ ଏହି ବୋସିଆ କ୍ରୀଡାରେ ଭାଗ ନେଇ ସଫଳତା ଅର୍ଜନ କରିଥିଲେ। ମାଧପୁରସ୍ଥିତ ପୁନର୍ବାସ କାର୍ଯ୍ୟାଳୟରେ ଏହି ଅଣଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ସହ ସମ୍ପାଦକ ବଂଶୀଧର ମହାନ୍ତି, କୋଷାଧକ୍ଷ ଆଇନଜୀବି ଶିବ ଚରଣ ସାମଲ ଏବଂ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ମହମ୍ମଦ ଜାହିଦ୍ ଖାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।


Next Post

ଚିତ୍ରଗୁରୁ ସୌମ୍ୟରଂଜନଙ୍କୁ ଓଡିଶା ସୃଜନ ଯୁବ ସମ୍ବର୍ଦ୍ଧନା-୨୦୨୫

Wed Jul 30 , 2025
କେନ୍ଦ୍ରାପଡା- ଚିତ୍ରକଳା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରତିଯୋଗୀତାରେ ନିଜ କଳାର ଉନ୍ନତି ସହିତ କେନ୍ଦ୍ରାପଡା ଓ ଓଡିଶା ପାଇଁ ଗୌରବ ଆଣୁଥିବା କ୍ରିଷା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର ପ୍ରତିଷ୍ଠାତା ତଥା ପୌରପାଳିକା ସରକାରୀ ହାଇସ୍କୁଲ ମହିପାଳର କଳା ଶିକ୍ଷକ ଚିତ୍ରଗୁରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ତା୨୭.୦୭.୨୦୨୫ରିଖ ସନ୍ଧ୍ୟା ୭ଟାରେ ଅଭିକ୍ଷା […]

KANIKA