କେନ୍ଦ୍ରାପଡ଼ା,୨୫ା୭ : ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କମିଟି ସଭାପତି ବରିଷ୍ଠ ଆଇନିଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ପରାମର୍ଶ କ୍ରମେ କମିଟି ସାଧାରଣ ସମ୍ପାଦକ ଆଇନିଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଂଯୋଜକ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ, ଗୋଲଖ ପରିଡା, ନିରଞ୍ଜନ ବଳ, ଅକ୍ଷୟପ୍ରିୟ ଦାସ, ଗବେଷକ ନିରଞ୍ଜନ ମେକାପ, ଉପଦେଷ୍ଟା […]
Month: July 2025
କେନ୍ଦ୍ରାପଡ଼ା,୨୫ା୭:ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ୨ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ପାଇଁ ଗୈାରବ ଆଣି ଦେଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ବିଜୟକେତନ ଉପାଧ୍ୟାୟ, ସାହିତ୍ୟ […]
କେନ୍ଦ୍ରାପଡ଼ା,୧୪ା୭: ଦିନକୁ ଦିନ ନଷ୍ଟ ହୋଇଯାଉଥିବା ପରିବେଶରେ ପ୍ରକୃତି ତା’ର ସନ୍ତୁଳନ ହରାଇବସିବା ସହ ଅସମୟରେ ପ୍ରାକୃତିକ ବିପର୍ଯ୍ୟୟ ସହ ଋତୁଚକ୍ରରେ ପରିବର୍ତ୍ତର୍ନ ହେବାରେ ଲାଗିଲାଣି । ଆଗାମୀ ପିଢ଼ି ଏକ ସବୁଜ ସୁନ୍ଦର ପୃଥିବି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ସାରାବିଶ୍ୱ ବର୍ତ୍ତମାନ ପରିବେଶ ସୁରକ୍ଷା ଚିନ୍ତାରେ ପଡିଯାଇଛି। ଏହାକୁ ସାକାର କରିବା ପାଇଁ କେନ୍ଦ୍ରାପଡ଼ାର ଶିବାୟ ଟିଉଟୋରିଆଲର ଛାତ୍ରଛାତ୍ରୀଙ୍କ ଉଦ୍ୟମରେ କେନ୍ଦ୍ରାପଡା […]
ଦୁର୍ଘଟଣାରେ ଦୁଇ ଗୁରୁତର, ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଠିକାସଂସ୍ଥାକୁ ଦାୟୀ କଲେ ଜନସାଧାରଣ ଡ଼େରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟି ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁଲୁକା ଗ୍ରାମର ସରୋଜ କୁମାର ଜେନା(୫୨) […]
କେନ୍ଦ୍ରାପଡ଼ା,୧୧/୭: ଓଡ଼ିଶୀ ନୃତ୍ୟଗୁରୁ କେନ୍ଦ୍ରାପଡ଼ା ମାଟିର ଝିଅ ଭାନୁପ୍ରିୟା ଖଟୁଆଙ୍କୁ ବଙ୍ଗରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତ ସରକାରଙ୍କ ଅଧିନସ୍ଥ କଲଚରାଲ ଡ଼େଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମବଙ୍ଗର କୋଲକାତା ଠାରେ ଆୟୋଜିତ ଆନ୍ତର୍ଜାତୀୟ ମେଗା ସୁପରକ୍ଲାସ୍ ଡ଼୍ୟାନ୍ସ ଓ ମ୍ୟୁଜିକ୍ ଫେଷ୍ଟିଭାଲ ରେ ସୁଶ୍ରୀ ଭାନୁପ୍ରିୟାଙ୍କୁ ଏହି ସମ୍ମାନ ମିଳିଛି । କେନ୍ଦ୍ରାପଡ଼ାର ସର୍ବପ୍ରାଚୀନ ଗୋକୁଳ ଚନ୍ଦ୍ର ସଂଗୀତ ସଦନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିବା ସୁଶ୍ରୀ ଭାନୁପ୍ରିୟା […]
ପଂଚାୟତ ଉନ୍ନତିକରଣ ସୂଚକାଙ୍କ ୨.୦ କର୍ମଶାଳା ଉଦଯାପିତ ପଟ୍ଟାମୁଣ୍ଡାଇ ୧୧/୭– ଆଗାମୀ ଦୁଇ ହଜାର ତିରିଶି ସୁଦ୍ଧା ଦୀର୍ଘ ସ୍ଥାୟୀ ଯୋଜନା ମାଧ୍ୟମରେ ଆଗାମୀ ପିଢ଼ିକୁ ସମସ୍ତ ସୁରକ୍ଷା ପ୍ରଦାନ ଲକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସମ୍ମିଳନୀ କକ୍ଷରେ ତାଲିମ ଶିବିର ୨ଦିନ ଧରି ଅନୁଷ୍ଠିତ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପଂଚାୟତର ଆଗ ଧାଡ଼ିର ଯୋଦ୍ଧା ଯଥା- ଆଶା, ଅଙ୍ଗନବାଡି କର୍ମୀ,ଶିକ୍ଷକ,ସରପଂଚ, ଜିଆରଏସ,ଏମବିକେ ,ପିଇଓ, ଗ୍ରାମସେବକ ଭଳି ପଂଚାୟତର […]
ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକ କେନ୍ଦ୍ରାପଡ଼ା,୧୧/୭: କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ଅଗ୍ରାଧିକାର ଭିତ୍ତିରେ ସହଜ ଋଣ ମଂଜୁର କରାଯିବ । କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମିତିର ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାନେତ୍ରୀ ରୋଜାଲିନୀ ଦାସ, କ୍ଷିରୋଦ ପ୍ରାସଦ ସିଂହ, […]
ପଟ୍ଟାମୁଣ୍ଡାଇ ୧୧/୭ – ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗତ ତିନିଦିନ ହେବ ପାଣି ସ୍ଥିର ରହିଛି । କିଛି ଅଂଶର ଜଳରାଶି କିମିଥିବା ବେଳେ ଶହ ଶହ ଏକର ଚାଷଜମିରେ ବନ୍ୟା ପାଣି ବୁଡି ରହିଛି । ଏକର ଏକର […]
କେନ୍ଦ୍ରାପଡା ୧୦/୭ – ପବିତ୍ରବ୍ୟାସ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଫୋରଡ ଗ୍ରାମର ପୁଣ୍ୟତୋୟା ଗୋବରୀ ନଦୀ ତଟ ଦେଶରେ ମହାନ୍ ସନ୍ଥ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ସଂସ୍ଥାପିତ ବାୟା ଆଶ୍ରମରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟା ବେଳେ ଆଶ୍ରମର ମହନ୍ତ ହୃଷୀକେଶ ଦାଶ ମହାରାଜଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ରାଧାରମଣ ଦେବ ରାମଦାସ ବାବାଜୀ ମହାରାଜ, ନାମାଚାର୍ଯ୍ୟ ବାୟାବାବାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ […]
କେନ୍ଦ୍ରାପଡ଼ା ୧୦/୭- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲୋକ କବି ଭାବଗ୍ରାହୀ ପରିଡାଙ୍କ ଧର୍ମପତ୍ନୀ ସରୋଜିନୀ ପରିଡାଙ୍କ ୯୧ ତମ ଜୟନ୍ତୀ ଉତ୍ସବ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ […]










