୧୦କେଜି ଗଞ୍ଜାଇ ଜବତ ୧ ଗିରଫ


ପଟ୍ଟାମୁଣ୍ଡାଇ ୧୪/୧୧ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଶନିବାର ୧୦କେଜି ଗଞ୍ଜାଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ ଶୁକ୍ରବାର ସଂନ୍ଧ୍ୟା ୭. ୪୫ମିନିଟ ସମୟରେ ଜନୈକ ବ୍ୟକ୍ତି କେନାଲ ରୋଡ଼ ପୁରୁଣା ବାଇପାସ ନିକଟରେ ଏକ ବ୍ୟାଗ ମଧ୍ୟରେ ଗଂଜେଇ ରଖି କାରବାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିବା ପରେ ରାଜନଗର ଅଂଚଳ ସଞ୍ଜୟ ଚନ୍ଦାଙ୍କ ନିକଟରୁ ୧୦କେଜି ୧୧୫ଗ୍ରାମ ଗଞ୍ଜାଇ ଜବତ କରିଥିଲା । ଏହା ପରେ ସ୍ଥାନୀୟ ପୋଲିସ ଥାନା କେଶ ନଂ ୪୮୮/୨୬ ରେ ଏନଡିପିଏସ ଧାରା ବଳରେ ମାମଲା ରୁଜୁ କରି ଗଞ୍ଜାଇ ଚୋରା କାରବାର ଅଭିଯୋଗରେ ରାଜନଗର ଅଂଚଳର ସଞ୍ଜୟ ଚନ୍ଦାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ।
