ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ବାର୍ଷିକ ଉତ୍ସବ


ପଟ୍ଟାମୁଣ୍ଡାଇ ତା ୧୪/୧୧- ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘର ୪୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶିକ୍ଷକ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଆଳି ବ୍ଲକ ପ୍ରାକ୍ତନ ଅତିରିକ୍ତ ଶିକ୍ଷାଧିକାରୀ ଉଦକର ସାମଲ ମୁଖ୍ୟଅତିଥି ଶିକ୍ଷକନେତା ପ୍ରମୋଦ କୁମାର ନାୟକ ମୁଖ୍ୟବକ୍ତା, ଶିକ୍ଷାବିତ ରାଜେନ୍ଦ୍ର ପ୍ରସାଦ ସିଂ, ଶିକ୍ଷକନେତା ବିଜୟ ସାହୁ ରତ୍ନାକର ସ୍ୱାଇଁ ବସନ୍ତ ପରିଡା ପ୍ରଫୁଲ୍ଲ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ମାନେ ସମାଜ ପଥ ପ୍ରଦର୍ଶକ ହୋଇଥିବାରୁ ନିଷ୍ଠାର ସହିତ ଶିକ୍ଷାଦାନ କରି ଉତ୍ତମ ଛାତ୍ରଛାତ୍ରୀ ତିଆରି କରିବାକୁ ପରାମର୍ଶ ଦେବା ସହିତ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କ୍ଷେତ୍ରରେ ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ବଳ ଭଦ୍ର ପ୍ରସାଦ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ ଶିକ୍ଷକ ନେତା ଚନ୍ଦନ କୁମାର ମହାନ୍ତି ସ୍ୱାଗତ ଭାଷଣ । କବି ଆରତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ସଞ୍ଜୟ ଜେନା ମଞ୍ଜୁଳା ସାମଲ ବୈଜୟନ୍ତୀ ସାହୁ ଅନୁସୂୟା ଦାସ ଜୟଶ୍ରୀ ଦାସ ପ୍ରତିଭା ମଞ୍ଜରୀ ଜୀବନଦାଶ ବିଚିତ୍ରାନନ୍ଦ ରାଉତରାୟ ଓ ଶ୍ରୀନିବାସ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରଞ୍ଜନ କୁମାର ନନ୍ଦୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ନେତା ରମେଶ ମହାନ୍ତି ନିରୋଦ କୁମାର ଦାସ ଗୌତମ ମାହାଳି,ଗୀତାଞ୍ଜଳି ବାରିକ ରଶ୍ମିତା ପରିଡା ଓ ଅଜୟ ମଲିକ ପରିଚାଳନା କରିଥିଲେ ।
