ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ



କେନ୍ଦ୍ରାପଡ଼ା,୩ା୧୨: ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୮୭ତମ ବୈଠକ ନହଙ୍ଗସ୍ଥିତ ମା’ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଙ୍ଘର ନୂତନ ସଦସ୍ୟ ହିସାବରେ ଯୋଗଦେଇଥିବା ଦିବାକର ଥାଟୋଇଙ୍କୁ ସ୍ୱାଗତ କରାଯିବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରାଯାଇଥିଲା। ସଦସ୍ୟମାନେ ବୟସର ଅପରାହ୍ନରେ ପହଞ୍ଚି ଥିବାରୁ ସମସ୍ତେ ନିଜ ନିଜର ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ଜେନା ପରାମର୍ଶ ଦେଇଥିଲେ। ପ୍ରତିବର୍ଷ ଭଳି ଭଗବତ ଚିନ୍ତନ ଉଦେଶ୍ୟରେ ନୟାଗଡର ରାମମନ୍ଦିର ଓ ବୈଷ୍ଣୋଦେବୀ ଦର୍ଶନରେ ଯିବାକୁ ସ୍ଥିର କରାଯାଇଥିଲା। ସାମ୍ପ୍ରତିକ ସମୟରେ ଯୁବ ଗୋଷ୍ଠୀମାନଙ୍କର ସଭା ଆହ୍ୱାନକରି ସେମାନଙ୍କୁ ଉତ୍ତମ ମାର୍ଗଦର୍ଶନ ଓ ଦିଗଦର୍ଶନ ଦେବାକୁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଆଗାମୀ ବୈଠକ ଚଳିତମାସ ୨୮ତାରିଖରେ କରାଯିବାକୁ ସ୍ଥିର କରାଗଲା। ଶେଷରେ ବରିଷ୍ଠ ସଭ୍ୟ କ୍ଷୀରୋଦ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ

Thu Dec 4 , 2025
ପଟ୍ଟାମୁଣ୍ଡାଇ ତା୩/୧୨- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ତାଲୁକ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଆୟୋଜିତ ସଭାରେ ବିଚାରପତି ଡି. କେ. ବାଳକ୍ରୀଷ୍ଣନ ଯୋଗ ଦେଇ ଦିବ୍ୟଙ୍ଗମାନଙ୍କ ପ୍ରତିଭା, ବିକାଶ ଓ ସୁରକ୍ଷା ପାଇଁ ଥିବା ଆଇନଗତ ବ୍ୟବସ୍ଥା ଓ ସହାୟତା […]

KANIKA