
କେନ୍ଦ୍ରାପଡ଼ା ୫/୧୨ – କେନ୍ଦ୍ରାପଡ଼ା ଟାଉନ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ମଦନ ମୋହନ କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାସ ଯୋଗ ଦେଇଥିଲେ । ପିଏମ ଶ୍ରୀ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବ୍ୟାଗଲେସ-୨୦୨୫/୨୬ ସାଇବର ସିକ୍ୟୁରିଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଉଦେଶ୍ୟ ଓ ଆଭିମୁଖ୍ୟ କିପରି ଲୋକେ ଏହି ସାଇବର ଠକାମୀର ଶିକାର ନହୁଅନ୍ତୁ । ଦିନକୁ ଦିନ ଦେଶରେ ସାଇବର କ୍ରାଇମ ବଢିଥିବା ବେଳେ ସାଇବର ଠକ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ଲୋକଙ୍କୁ ଠକୁଛନ୍ତି । ତେଣୁ ତାହା ଉପରେ ରୋକ ଲଗାଇବା ପାଇଁ ସରକାର ଅଭିନବ ଉପାୟ ମାଧ୍ୟମରେ ସମସ୍ତ ବ୍ଲକ ଏବଂ ଜିଲ୍ଲା ସ୍ତରରେ ସ୍କୁଲ ମାନଙ୍କରେ ବ୍ୟାଗ ଲେସ ଦିବସ ପାଳନ କରୁଛନ୍ତି ଯେଉଁଥିରେ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିପାରିବେ ସେଥିପାଇଁ ଏହିଭଳି ଶିବିର ଅନୁଷ୍ଠିତ କରାଯାଉଛି । ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ସଚେତନତା ହେବା ଦ୍ୱାରା ସାଇବର କ୍ରାଇମ ଉପରେ ରୋକ ଲାଗିପରିବ । ଏହି କାର୍ଯ୍ୟକ୍ରମରେ ଶିବ ପ୍ରସାଦ ନାୟକ, ପବିତ୍ର ମୋହନ ଜେନା, ଉମାକାନ୍ତ ମହାପାତ୍ର, ଶର୍ମିଷ୍ଠା ସାମଲ, ସୁଜାତା ପ୍ରିୟ ଦର୍ଶିନୀ ଜେନା, ଶୁଭସ୍ମିତା ପତି, ବନଜା ରାଉତ, ଶଶୀରେଖା ସାମଲ, ସୁକେଶିନୀ ପ୍ରଧାନ, ନାରାୟଣ ମିଶ୍ର, ଇବ୍ରାହିମ ଖାନ, ଦୀପକ କୁମାର ସାମଲ, ମନୋଜ କୁମାର ପରିଡା, ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ ପରିଡା ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।










