ଗଳ୍ପସଙ୍କଳନ ମୂକସଖୀ ଉନ୍ମୋଚିତ



କେନ୍ଦ୍ରାପଡା ୫/୧୨- ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଗଳ୍ପସଂକଳନ “ମୂକସଖୀ’ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା କରାଯାଇ ଗଳ୍ପସଙ୍କଳନଟିକୁ ଶ୍ରୀ ଜୀଉମାନଙ୍କୁ ଲାଗି କରାଯାଇଥିଲା । ପରେ ପରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକ ଓ ପୂର୍ବତନ ସୈନିକ ବ୍ରଜ କିଶୋର ସାହୁ ଅତିଥି ଭାବେ ଯୋଗଦେଇ ଗଳ୍ପସଂକଳନର ଲୋକାର୍ପଣ କରିଥିଲେ । ବିଲୁପ୍ତ ପ୍ରାୟ କେନ୍ଦ୍ରାପଡା ଜିଲାର ସଖୀ କଣ୍ଢେଇ ପରମ୍ପରା ଓ ଏଥିପ୍ରତି ବିମୁଖ ଯୁବପିଢ଼ିଙ୍କ ବିଚାରଧାରାକୁ ନେଇ ମୂକସଖୀ ଗଳ୍ପ ରଚନା କରାଯାଇଛି । ଗଳ୍ପ ସଂକଳନଟିରେ ଭିନ୍ନ ଭିନ୍ନ ସ୍ୱାଦର ମୋଟ ୧୪ ଗୋଟି ଗଳ୍ପ ରହିଛି । ପ୍ରତିଟି ଗଳ୍ପରେ ସାମାଜିକ ପରିବର୍ତ୍ତନ ଓ ବ୍ୟକ୍ତି ଜୀବନ ଉପରେ ଏହାର ପ୍ରଭାବ ସମ୍ପର୍କରେ ଗାଳ୍ପିକ ଆଲୋକପାତ କରିଛନ୍ତି । ମନ୍ତ୍ର ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ପାଠକଙ୍କ ଦ୍ୱାରା ଆଦୃତ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପୁସ୍ତକ ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ମହାପାତ୍ର, ସୁଶାନ୍ତ ନାୟକ, ବିରେନ୍ଦ୍ର ଦାସ, ରଶ୍ମି ରଞ୍ଜନ ସ୍ୱାଇଁ, ମଳୟ ସାହୁ, ଜ୍ଞାନ ରଞ୍ଜନ ଦାସ, ଗୌତମ କୁମାର ସାହୁ, ପଙ୍କଜ ସିହ୍ନା ପ୍ରମୁଖ ଯୋଗଦେଇଥିଲେ । ପୂର୍ବରୁ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କର ୪ ଗୋଟି ଗଳ୍ପ୍ ସଂକଳନ ପ୍ରକାଶିତ ।


Next Post

କେନ୍ଦ୍ରାପଡ଼ା ହାଇସ୍କୁଲ ପରିସରରେ ସାଇବର ସଚେତନତା

Fri Dec 5 , 2025
କେନ୍ଦ୍ରାପଡ଼ା ୫/୧୨ – କେନ୍ଦ୍ରାପଡ଼ା ଟାଉନ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ମଦନ ମୋହନ କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାସ ଯୋଗ ଦେଇଥିଲେ । ପିଏମ ଶ୍ରୀ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବ୍ୟାଗଲେସ-୨୦୨୫/୨୬ ସାଇବର ସିକ୍ୟୁରିଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଉଦେଶ୍ୟ […]

KANIKA