
କେନ୍ଦ୍ରାପଡା ୭/୧୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଜିଲ୍ଲା ସଂଗଠନର ଅବସର ପ୍ରାପ୍ତ ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ଗତ ଶନିବାର ଦିନ ଡାଳିଜି ଗ୍ରାମରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଶ୍ରୀ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ରାତି ୧୧ ସମୟରେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ନିଧନ ଖବର ପାଇ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ ଆଜି ତାଙ୍କର ନୂତନ ଘର ଅନୂଆପଡାରେ ତାଙ୍କର ପାର୍ôଥବ ଶରୀରରେ ଜାତିୟ ପତାକା, ଫୁଲର ରିତ୍ ଅର୍ପଣ କରି ଏବଂ ସାଲୁୟଟ ପ୍ରଦାନ କରି ସୁ ସମ୍ମାନର ସହିତ ଅନ୍ତିମ ବିଦାୟ ଦେଇଛନ୍ତି। ସେ ଦେଶ ପାଇଁ ୨୦ ବର୍ଷ ସୈନିକ ଭାବରେ ନିଜର ମୂଲ୍ୟବାନ ସେବା ଦେଇ ଅବସର ପ୍ରାପ୍ତ ପରେ ନୂତନ ଘର ଅନୂଆପଡାରେ ରହୁଥିଲେ। ସେ ଜଣେ ମେଳାପୀ, ସମାଜ ସେବି, ପରୋପକାରୀ ଏବଂ ପ୍ରକୃତି ପ୍ରେମି ଅବସର ପ୍ରାପ୍ତ ସୈନିକ ଥିଲେ। ତାଙ୍କର ଏହି ଅଚାନକ ବିୟୋଗରେ ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଜିଲ୍ଲାର ସଂଗଠନର ସଦସ୍ୟମାନେ ମର୍ମାହତ। ତାଙ୍କର ସେଷ କୃତ୍ୟରେ ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଜିଲ୍ଲାର ପ୍ରେସିଡେଣ୍ଟ ଭେଟେରାନ କ୍ୟାପଟେନ ଅଭୟ କୁମାର ଲେଙ୍କା, ଭେଟେରାନ ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, ଭେଟେରାନ ଭାଇସ ପ୍ରେସିଡେଣ୍ଟ ଯେ.ଡବ୍ଳୁ.ଓ ପ୍ରଦିପ କୁମାର ପାତ୍ର ,ସହ ସମ୍ପାଦକ ଭେଟେରାନ ସଜେଣ୍ଟ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ଭେଟେରାନ ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ, ବରିଷ୍ଟ ସଦସ୍ଯ ଭେଟେରାନ ନାଏକ ସୁସାନ୍ତ କୁମାର ସ୍ୱାଇଁ, ବରିଷ୍ଟ ସଦସ୍ୟ ଭେଟେରାନ ସୁବେଦାର ମେଜର ପ୍ରଦିପ କୁମାର ସାହୁ, ବରିଷ୍ଠ ସଦସ୍ଯ ସୁବେଦାର ଗୌରାଙ୍ଗ ଚରଣ ସ୍ୱାଇଁ, ଭେଟେରାନ ହାବିଲଦାର ସଚିକାନ୍ତ ରଥ, ଭେଟେରାନ ନାଏବ ସୁବେଦାର ହରେକୃଷ୍ଣ ସାମଲଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତିମାନେ ପ୍ରମୁଖ ସାମିଲ ହୋଇ ଥିଲୋ ।











