କେନ୍ଦ୍ରାପଡ଼ା,୭ା୧୨: ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ସମ୍ବିଧାନର ଜନକ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପୁରୁଣା ମୋଟର ଷ୍ଟାଣ୍ଡ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଭାରତୀୟ ସମ୍ବିଧାନ ପ୍ରଣୟନରେ ଥିବା ଆମ୍ବେଦକରଙ୍କ ଅନନ୍ୟ ଭୂମିକା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସମ୍ବିଧାନର ଧାରା ୩୨ ଓ ୨୨୬ ସମ୍ବିଧାନର ଆତ୍ମା ବୋଲି ସେ […]

କେନ୍ଦ୍ରାପଡା,୭ା୧୨: ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ଷୋଡଶ ଅଧିବେଶନ ପଣ୍ଡିତ ଭ୍ରମରବର ନନ୍ଦଙ୍କ ସଭାପତିତ୍ୱରେ ଇଚ୍ଛାପୁର ସ୍ଥିତ ଶ୍ରୀ ବଳଦେବଜୀୟୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ବେଦପାଠ କରିଥିଲେ । ପଣ୍ଡିତ ହରେ କୃଷ୍ଣ ପତି, ପୂର୍ବତନ ଉପସଭାପତି ସ୍ୱର୍ଗତ ପଣ୍ଡିତ ନାରାୟଣ ପତିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପୂର୍ବ ସଭାର ବିବରଣୀ ପାଠ କରିଥିଲେ […]

କେନ୍ଦ୍ରାପଡା,୭ା୧୨: କେନ୍ଦ୍ରାପଡା ନୂଆ ବସ୍‌ଷ୍ଟାଣ୍ଡ ଠାରେ ଶୁକ୍ରବାର ତୁଳସୀ ବଜାର କମିଟି ଆନୁକୂଲ୍ୟରେ କେନ୍ଦ୍ରାପଡା ନଗର ଭଜପା ତରଫରୁ ମିଶ୍ରଣ ପର୍ବର ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଆୟୋଜନ ମିଶ୍ରଣ ପର୍ବରେ ସହରର ବହୁ କଂଗ୍ରେସ ଓ ବିଜେଡି ନେତାମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଜପା ନେତ୍ରୀ ଗିତାଞ୍ଜଳୀ ସେଠୀ ଯୋଗ ଦେଇ କେନ୍ଦ୍ରାପଡା ନଗର ଭଜପାର ସଂଗଠନ ସୁଦୃଢ କରିବା ସହିତ ଲୋକମାନଙ୍କର […]

କେନ୍ଦ୍ରାପଡା ୭/୧୨- କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲିଆ ସ୍ଥିତ ଗଛ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଆଦର୍ଶ ଶିକ୍ଷକ ଗୋବର୍ଦ୍ଧନ ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି ଏବଂ […]

କେନ୍ଦ୍ରାପଡ଼ା ତା. ୭/୧୨: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ,ଭାରତୀୟ ଜନ ସଙ୍ଘ ଓ ଭାରତୀୟ ଜନତା ପାର୍ଟିର ରାଜନେତା, ପ୍ରବୀଣ ସାମ୍ବାଦିକ ତଥା ମହାକାଳପଡ଼ା ସହାବାଜପୁର ନିବାସୀ ସ୍ୱର୍ଗତଃ ଗୁରୁ ଚରଣ ଦାସଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଉଦୟନଗର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁଚରଣ ଦାସ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମର ସଂଯୋଜକ […]

କେନ୍ଦ୍ରାପଡା ୭/୧୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଜିଲ୍ଲା ସଂଗଠନର ଅବସର ପ୍ରାପ୍ତ ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ଗତ ଶନିବାର ଦିନ ଡାଳିଜି ଗ୍ରାମରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଶ୍ରୀ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ରାତି ୧୧ ସମୟରେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର […]