ସେଣ୍ଟ ଯୋସେଫ୍ ସ୍କୁଲରେ ବାର୍ଷିକ ବାଣିଜ୍ୟ ମେଳା



କେନ୍ଦ୍ରାପଡା,୮ା୧୨: କେନ୍ଦ୍ରାପଡା ସେଣ୍ଟ ଯୋସେଫ୍ ସ୍କୁଲରେ ବାର୍ଷିକ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟର ଏସ୍‌.ଡି.ପି.ଓ ଜ୍ୟୋତି ରଞ୍ଜନ ଗୈାଡ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପିଲାମାନଙ୍କର ବାଣିଜ୍ୟ ପ୍ରତି ଆଗ୍ରହ ପାରସ୍ପରିକ ସହଯୋଗିତାକୁ ଉତ୍ସାହିତ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଫାଦର ନବକିଶୋର ଦିଗଲକର ତତ୍ତ୍ୱାବଧାନରେ ଏହି ମେଳାଟି ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲେ । ସ୍କୁଲର ବରିଷ୍ଠ ପ୍ରଶାସନିକ ପ୍ରବନ୍ଧକ ଫାଦର ରମେଶ ବଳିଆର ସିଂ, ସିଷ୍ଟର ନାନ୍‌ସି, ସିଷ୍ଟର ବନ୍ଦନା, ସିଷ୍ଟର ଅନିତା, ଏଥିରେ ସହଯୋଗ କରିଥିଲେ । ଏହି ମେଳାରେ ୫୮ଟି ଷ୍ଟଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ଏ ମେଳାରେ ବିଭିନ୍ନ ପ୍ରକାରର ସୁସ୍ୱାଦ ଓ ଉତ୍ତମ ଧରଣର ଖାଦ୍ୟ ଷ୍ଟଲ ମାନଙ୍କରେ ପ୍ରସ୍ତୁତ ହୋଇ ଉଚିତ ମୂଲ୍ୟରେ ପିଲାମାନଙ୍କ ଦ୍ୱାରା ବିକ୍ରୟ କରାଯାଇଥିଲା । ମେଳାରେ ନୃତ୍ୟ ଏବଂ ସଙ୍ଗିତ ପ୍ରତିଯୋଗିତା ଦର୍ଶକ ମାନଙ୍କର ମୁଖ୍ୟ ଆକର୍ଷଣ ଥିଲା । ଅଭିଭାବକ ମାନଙ୍କ ଯୋଗଦାନ ଓ ଉତ୍ସାହ ବିଦ୍ୟାଳୟ ପରିବାର ପାଇଁ ଅତ୍ୟନ୍ତ ପ୍ରେରଣା ଦାୟକ ଥିଲା । ଏହି ମେଳାକୁ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ । ଦିନ ୧୦ ଟା ରୁ ସଂଧ୍ୟା ୫ ଘଟିକା ରେ ସମାପ୍ତ ହୋଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଏହି ବାଣିଜ୍ୟ ମେଳାକୁ ଶେଷ କରାଯାଇଥିଲା ।


Next Post

ପୁନର୍ବାସ ପାଖରୁ ମେଗା ଫିଜିଓଥେରାପି ଶିବିର ଅନୁଷ୍ଠିତ

Mon Dec 8 , 2025
କେନ୍ଦ୍ରାପଡା ୮/୧୨: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବେ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ମେଗା ଫିଜିଓଥେରାପି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଫିଜିଓଥେରାପି ବିଭାଗର ବରିଷ୍ଠ କ୍ଲିନିକାଲ୍ ଫିଜିଓଥେରାପିଷ୍ଟ ବିଶ୍ୱଜିତ ଶତପଥୀଙ୍କ ନେତୃତ୍ୱରେ ଫିଜିଓଥେରାପିଷ୍ଟ ଶଶାଙ୍କ ତ୍ରିପାଠୀ, […]

KANIKA