ପୁନର୍ବାସ ପାଖରୁ ମେଗା ଫିଜିଓଥେରାପି ଶିବିର ଅନୁଷ୍ଠିତ



କେନ୍ଦ୍ରାପଡା ୮/୧୨: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବେ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ମେଗା ଫିଜିଓଥେରାପି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଫିଜିଓଥେରାପି ବିଭାଗର ବରିଷ୍ଠ କ୍ଲିନିକାଲ୍ ଫିଜିଓଥେରାପିଷ୍ଟ ବିଶ୍ୱଜିତ ଶତପଥୀଙ୍କ ନେତୃତ୍ୱରେ ଫିଜିଓଥେରାପିଷ୍ଟ ଶଶାଙ୍କ ତ୍ରିପାଠୀ, ଧନଞ୍ଜୟ ମିଶ୍ର, ଦିବ୍ୟ ଭୂଷଣ ପାତ୍ର, ଜନ୍ମଞ୍ଜୟ ଭଟ୍ଟାଚାର୍ଯ୍ୟ, ଜଗଦୀପ୍ ଶର୍ମା, ଜୟ ସାଗର ସାହୁ ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନ ମଣ୍ଡପଠାରେ କେନ୍ଦ୍ରାପଡ଼ା ସହର ଓ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ନାୟୁ ଓ ଅସ୍ଥିଶଲ୍ୟ ଯନ୍ତ୍ରଣା ଭୋଗ କରୁଥିବା ସମୁଦାୟ ୯୫ ଜଣ ବ୍ୟକ୍ତି ବିଶେଷମାନେ ଏହି ନିଶୁକ୍ଳ ଶିବିରରେ ଥେରାପି ଚିକିତ୍ସାର ସୁବିଧା ଲାଭ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ବରିଷ୍ଠ ଚିକିତ୍ସକ ଡାକ୍ତର ଗୌରାଙ୍ଗ ଚରଣ ସାମନ୍ତରାୟ ଅତିଥି ରୂପେ ଯୋଗ ଦେଇ ପାର୍ଶ୍ୱ ପ୍ରତିକ୍ରିୟାହୀନ ଏହି ଭୌତିକ ଚିକିତ୍ସାର ଉପାଦେୟତା ସମ୍ପର୍କରେ ଅବଗତ କରାଇଥିଲେ। ପୁନର୍ବାସ ପକ୍ଷରୁ ସହ ସମ୍ପାଦକ ବଂଶୀଧର ମହାନ୍ତି ଓ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ ଏହି ଶିବିର ପରିଚାଳନାରେ ସହାୟତା କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିବର୍ଷ ଓଲଟପୁରସ୍ଥିତ ଏସ୍‌ଭିନିତାର, ଶିକ୍ଷାନୁଷ୍ଠାନର ସହାୟତାରେ କେନ୍ଦ୍ରାପଡ଼ା ସହରରେ ପୁନର୍ବାସ ଏକ ନିଃଶୁଳ୍କ ଫିଜିଓଥେରାପି ଶିବିର ଆୟୋଜନ କରାଇ ବିନା ମୂଲ୍ୟରେ ଉନ୍ନତମାନର ଥେରାପି ସେବା ଉତ୍କଟ ସ୍ନାୟବିକ ଓ ଅସ୍ଥିଶଲ୍ୟ ସମସ୍ୟା ଭୋଗୁଥିବା ରୋଗୀମାନଙ୍କୁ ପ୍ରଦାନ କରି ଆସୁଅଛି।


Next Post

ଓମସାର ସାମ୍ବାଦିକ ସମ୍ମିଳନୀ ,ଡାକ୍ତର ଓ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଦାବି

Thu Dec 11 , 2025
କେନ୍ଦ୍ରାପଡ଼ା,୧୦ା୧୨: ଓମସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସଭାପତି କିଶୋର ମିଶ୍ରଙ୍କ ପୈାରହିତ୍ୟରେ ଖଡିଅଙ୍ଗସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡା. ମିଶ୍ର ଓମସା ଡିଏସିପି(ଡାଇନାମିକ ଆସ୍ୟୁରଡ କ୍ୟାରିୟର ପ୍ରୋଗ୍ରେସନ) ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ଆସନ୍ତା ଏକ ମାସ ମଧ୍ୟରେ ଯଦି ଏହି ସମସ୍ୟା ସମାଧାନ ନ ହୁଏ ତେବେ ଡାକ୍ତରମାନେ ଡାକ୍ତରଖାନା ଅଚଳ […]

KANIKA