କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ୫ଶହ ମେଟ୍ରିକ ଟନ ଶୀତଳ ଭଣ୍ଡାର ଉଦଘାଟିତ



କେନ୍ଦ୍ରାପଡ଼ା,୧୫ା୧୨:କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଏକ ଶୀତଳ ଭଣ୍ଡାରକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୈାରପାଳ ସରିତା ସାହୁ,ଜିଲ୍ଲାପାଳ ରଘୁରାମ ଆର. ଆୟର,ଚାଷୀ ନେତା ବିଚିତ୍ର କୁମାର ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଦ୍ୟାଧର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ୧କୋଟି ୮୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ଏହି ଶୀତଳ ଭଣ୍ଡାରରେ ୫ଟି ଚାମ୍ବର ରହିଛି। ଯାହାଫଳରେ କି ଜିଲ୍ଲାର ଚାଷୀମାନେ ତାଙ୍କର ଉତ୍ପାଦିତ ବଳକା ପନିପରିବା ଏହି ଶୀତଳ ଭଣ୍ଡାରରେ ରଖି ଭବିଷ୍ୟତରେ ଲାଭବାନ ହୋଇପାରିବେ। ଏହାସହିତ ସାଂସଦ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗର ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି। ଏଥିସହିତ ଖରିଫ ଧାନ ୨୦୨୫-୨୬ ର କ୍ରୟ ନିମନ୍ତେ ପ୍ରଚାର ରଥ ଗାଡିର ମଧ୍ୟ ସାଂସଦ ଶୁଭାରମ୍ଭ କରିଛନ୍ତି।


Next Post

ବଗଡା ସ୍ପୋର୍ଟସ ଏକାଡେମୀର ସଫଳତା

Mon Dec 15 , 2025
କେନ୍ଦ୍ରାପଡ଼ା,୧୫ା୧୨:ଭୁବନେଶ୍ୱରସ୍ଥିତ କିଟ୍‌ରେ ଅନୁଷ୍ଠିତ ଜାତୀୟ ଭଲିବଲ ଚୟନ ଶିବିରରେ ବଗଡା ସ୍ପୋର୍ଟସ ଏକାଡେମୀର ମୋସୀ ଖେରା ଓ ଚନ୍ଦନ ରାଉତଙ୍କୁ ଚୟନ କରାଯାଇଛି। ଉଭୟ ଖେଳାଳୀ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ଭଲିବଲ ଟିମର ୧୮ବର୍ଷରୁ କମ ଖେଳାଳୀ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ଉକ୍ତ ପ୍ରତିଯୋଗିତା ରାଜସ୍ଥାନର ଝୁନଝୁନ୍‌ରେ ଅନୁଷ୍ଠିତ ହେବ। ଏହି ସଫଳତା ପାଇଁ ବଗଡା ସ୍ପୋର୍ଟସ ଏକାଡେମୀର କର୍ମକର୍ତ୍ତାମାନେ ଉଭୟ ଖେଳାଳୀଙ୍କୁ […]

KANIKA