ବଳଦେବ ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ



କେନ୍ଦ୍ରାପଡ଼ା,୧୫ା୧୨:ଜଣେ ବାଲ୍ୟବନ୍ଧୁ ବା ସ୍କୁଲ ସହପାଠୀ ଜୀବନର ଗୋଟିଏ ନିହାତି ଆବଶ୍ୟକୀୟ ଅଂଶ।ଏହି ଧର୍ମକୁ ପ୍ରତିପାଦିତ କରିବାକୁ ଯାଇ କେନ୍ଦ୍ରାପଡ଼ାର ସର୍ବପୁରାତନ ବିଦ୍ୟାଳୟ ବଳଦେବ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଷଷ୍ଠ ବନ୍ଧୁମିଳନ ଉତ୍ସବ ପାଳନ କରିଛନ୍ତି। ଚାନ୍ଦୋଳ କଲେଜ ନିକଟସ୍ଥ ମାତୃବାଟିକା ମଣ୍ଡପରେ ଖୁବ୍ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ ସହ ବନ୍ଧୁମାନେ ଛାତ୍ର ଜୀବନର ଅଭୁଲା ଅତୀତର ଅନୁଭୁତି ବର୍ଣ୍ଣନା କରିଥିଲେ। ସମାଜରେ ଆର୍ôଥକ ଅନଗ୍ରସର ବ୍ୟକ୍ତି ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଏହି ଅବସରରେ କିଛି ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା। ପୁରାତନ ଛାତ୍ର ଉମାଶଙ୍କର ଜେନା, ବିରଜା ପ୍ରସନ୍ନ ରାଉତ, ରମେଶ ଦାସ୍‌, ଶ୍ରୀଧର ସାହୁ, ନଳିନୀ ସ୍ୱାଇଁ, ଶୈଳବାଳା ମିଶ୍ର, ନିହାର ମଲ୍ଲିକ, ବୁନି ପଟ୍ଟନାୟକ, ହେମଲତା ସାହୁ, ଭାରତଭୂଷଣ ବେହେରା, ମୃଣୟ ରାଉତରାୟ, ଦୀପକ ମହାପାତ୍ର ପ୍ରମୁଖ ନିଜନିଜର ସୁନ୍ଦର ମତସହ ପୂର୍ଣ୍ଣ ସହଯୋଗ କରିଥିଲେ। ବନ୍ଧୁ ସୁଧାଂଶୁ ଜେନା ଓ ଶେଷଦେବ ମହାରଣାଙ୍କ ସଙ୍ଗୀତ ପରିବେଷଣ ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଶେଷରେ ବନ୍ଧୁଙ୍କୁ ସହଯୋଗ ସହ ସମାଜସେବାର ଶପଥ ନେଇ ସମସ୍ତ ସାଙ୍ଗମାନେ ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ।


Next Post

କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ୫ଶହ ମେଟ୍ରିକ ଟନ ଶୀତଳ ଭଣ୍ଡାର ଉଦଘାଟିତ

Mon Dec 15 , 2025
କେନ୍ଦ୍ରାପଡ଼ା,୧୫ା୧୨:କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଏକ ଶୀତଳ ଭଣ୍ଡାରକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୈାରପାଳ ସରିତା ସାହୁ,ଜିଲ୍ଲାପାଳ ରଘୁରାମ ଆର. ଆୟର,ଚାଷୀ ନେତା ବିଚିତ୍ର କୁମାର ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଦ୍ୟାଧର ବେହେରାଙ୍କ […]

KANIKA