
କେନ୍ଦ୍ରାପଡା,୧୫ା୧୨: ଜାତୀୟ ଜୁନିୟର ବାଳକ ଓ ବାଳିକା ପ୍ରତିଯୋଗିତା ଚଳିତ ମାସ ଡିସେମ୍ବର ୧୬ତାରିଖ ଠାରୁ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଠାରେ ଆରମ୍ଭ ହେବାକୁ ଯାଉଅଛି । ଏଥି ନିମନ୍ତେ ବାଳକ ବିଭାଗରେ କେନ୍ଦ୍ରାପଡା ଜିଲ୍ଲା ତରଫରୁ ଚନ୍ଦନ ରାଉତ, ମୁନ୍ନା ଖସରା ଏବଂ ବାଳିକା ବିଭାଗର ଅପରାଜିତା ସାହୁ ରାଜ୍ୟ ତରଫରୁ ମନୋନୀତ ହୋଇଛନ୍ତି ଏବଂ ମହିଳା ଫୁଟ୍ବଲ ଖେଳାଳି କାମିନୀ ମଲ୍ଲିକ, ମିନାକ୍ଷୀ ଦାସ, ଅଭିଲିପ୍ସା ଦାସ କେନ୍ଦ୍ରାପଡା ଜିଲ୍ଲାର ଓଡିଶା ରାଜ୍ୟ ଦଳରେ ମନୋନୀତ ହୋଇ ଆନ୍ଧ୍ର ପ୍ରଦେଶ ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ପ୍ରତି ଯୋଗିତାରେ ଭାଗନେବା ନିମନ୍ତେ ଯାତ୍ରା କରିଛନ୍ତି । ଏଥି ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସାସଂଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଖେଳାଳୀ ମାନଙ୍କୁ ଶୁଭ କାମନା ଜଣାଇଛନ୍ତି । ଜିଲ୍ଲା କ୍ରୀଡା ସମ୍ପାଦକ ଜ୍ୟୋର୍ତିମୟ ଦାସ, ବରିଷ୍ଠ ସଭ୍ୟ ବିଜୟ କୁମାର ଦାସ, ଜା ଦେବେନ୍ଦ୍ର କୁମାର ସାହୁ, ସସ୍ମିତା ପଣ୍ଡା, ମନୋଜ କୁମାର ସାହୁ ଏବଂ ସମସ୍ତ କର୍ମକର୍ତ୍ତା ମାନେ ଉଭୟ ଦଳର ଖେଳାଳୀ ମାନଙ୍କୁ ବଧାଇ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ କେନ୍ଦ୍ରାପଡା ତଥା ରାଜ୍ୟ ପାଇଁ ଗୈାରବ ଆଣିବେ ବୋଲି ଆଶା ପୋଷଣ କରିଛନ୍ତି ।











