ମଣ୍ଡପଡ଼ା ଠାକୁର ନିଗମାନନ୍ଦ ଆଶ୍ରମର ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ୧୭/୧୨–ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ମଣ୍ଡପଡ଼ା ଶାଖା ସଂଘର ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଇ ଅବସରରେ ଶୁଭାଧିବାସ, ସନ୍ଧ୍ୟାପୂଜା, ଆରତୀ, ସ୍ତୋତ୍ର ବନ୍ଦନା, ଜୟଗୁରୁ କୀର୍ତନ ସହିତ ଜୟଗୁରୁ ନାମଯଂଜ୍ଞ ଅନୁଷ୍ଠିତ ହୋଇଥିଲା । ମଣ୍ଡପଡ଼ା ଆସନ ମନ୍ଦିର ସଭାପତି ଖଗେଶ୍ୱର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ର ସଂଘ ପରିଚାଳନା କମିଟିର ସଦସ୍ୟ ସଂଗ୍ରାମ କେଶରୀ ସିଂହଙ୍କ ସହିତ ବହୁ ଭକ୍ତ ଯୋଗ ଦେଇଥିଲେ ।


Next Post

ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ୧୩ତମ ବାର୍ଷିକ କ୍ରୀଡା ଉତ୍ସବ

Thu Dec 18 , 2025
ପଟ୍ଟାମୁଣ୍ଡାଇ ତା ୧୮/୧୨ -ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରର ୧୩ତମ ବାର୍ଷିକ କ୍ରୀଡା ଉତ୍ସବ ୪ଦିନ ଧରି ଶିଶୁ ଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ଶିକ୍ଷା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭୁ ଦତ୍ତ ଦାଶ ଉଦଘାଟନ କରିଥିବା ବେଳେ ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ସହିତ […]

KANIKA