ପଟ୍ଟାମୁଣ୍ଡାଇ ତା ୧୮/୧୨- ପଟ୍ଟାମୁଣ୍ଡାଇ ଅଂଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପଟ୍ଟାମୁଣ୍ଡାଇ ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପଟ୍ଟାମୁଣ୍ଡାଇ ଟି ପି ସି ଓ ଡ଼ି ଏଲ କର୍ମକର୍ତ୍ତା ସହନିର୍ବାହୀଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଇଂ ଶାଶ୍ୱତ ପାଢ଼ୀ ଓ ମିତ୍ରଭାନୁ ମହାପାତ୍ର ପ୍ରମୁଖଙ୍କୁ ଭେଟି ପ୍ରତ୍ୟେକ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ […]
Day: 18 December 2025
ପଟ୍ଟାମୁଣ୍ଡାଇ ତା ୧୮/୧୨- ପଟ୍ଟାମୁଣ୍ଡାଇ କଲେଜର ୫୫ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି I ୩ଦିନ ବ୍ୟାପି ଆୟୋଜିତ କ୍ରୀଡା ଉତ୍ସବକୁ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପତାକା ହଲାଇ ଉଦଘାଟନ କରିବା ସହିତ ଶିକ୍ଷା ସହିତ କ୍ରୀଡା ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତାର ମାର୍ଗ ଦେଖାଏ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଅରବିନ୍ଦ ପାଣ୍ଡଵ ଓ ଅଧ୍ୟାପକ ଡ଼ […]
କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ପ୍ରକୋଷ୍ଠ (ଆଇକ୍ୟୁଏସି) ପକ୍ଷରୁ ଗୁରୁବାର “ଗବେଷଣା ପ୍ରସ୍ତାବ ଲେଖନ ଓ ପାଣ୍ଠି ସଂଗ୍ରହ: ଧାରଣାରୁ ଅନୁମୋଦନ ପର୍ଯ୍ୟନ୍ତ” ଶୀର୍ଷକରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଇଂରାଜୀ ବିଭାଗ ମୁଖ୍ୟ ଡ଼. ପୂର୍ବାଶା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ଉଦଘାଟନୀ ସମ୍ଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଏହି […]
କେନ୍ଦ୍ରାପଡ଼ା, ୧୮ା୧୨: ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରମାନେ, କ୍ରୀଡା ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ବନ୍ଧୁତ ପୂର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ର ଉଦଘାଟନ କରିଥିଲେ। ଏଥିରେ ଅମ୍ପାୟାର ଭାବେ ଶିକ୍ଷକ ଅରବିନ୍ଦ ବାରିକ, ସହ ଅମ୍ପାୟାର ଭାବେ ପୂର୍ବତନ ଛାତ୍ର ଚନ୍ଦ୍ରଭାନୁ ସ୍ୱାଇଁ, ଓ ଘୋଷକ ଭାବେ ଶିକ୍ଷକ […]
କେନ୍ଦ୍ରାପଡ଼ା,୧୮ା ୧୨: ଜିଲ୍ଲାପାଳ ରଘୁରାମ ଆର. ଆୟର ଗୁରୁବାର ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗ୍ରାମୀଣ ଗୃହ ନିର୍ମାଣ ଯୋଜନା,ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଗ୍ରାମ ପଞ୍ଚାୟତ ଭବନ,ଅଙ୍ଗନୱାଡି କେନ୍ଦ୍ର, ବ୍ୟାକିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଓଡିଶା ଜୀବିକା ମିଶନ, ମିଶନଶକ୍ତି, ଶିଳ୍ପ ପାର୍କ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ବାତ୍ୟା ଆଶ୍ରୟସ୍ଥଳ, ସମଗ୍ର ଶିକ୍ଷା, ବିଦ୍ୟୁତ୍ ସଂକ୍ରାନ୍ତିୟ […]
ବିଜେପିର ମିଥ୍ୟା ଆରୋପ ବିରୋଧରେ କେନ୍ଦ୍ରାପଡା କଂଗ୍ରେସର ପ୍ରତିବାଦ କେନ୍ଦ୍ରାପଡ଼ା,୧୮ା୧୨:ନ୍ୟାସନାଲ ହେରାଲ୍ଡ ଓ ମନିଲଣ୍ଡରିଂ ଭଳି ଅର୍ଥ ଆତ୍ମସାତ ଘଟଣାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସଂପୃକ୍ତି ସମ୍ପର୍କରେ ବିଜେପି ପକ୍ଷରୁ ଆଗତ ହୋଇଥିବା ମୋକଦ୍ଦମାକୁ ନ୍ୟାୟାଳୟ ଖାରଜ କରିଦେବା ଫଳରେ ବିଜେପି, ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କର ମିଥ୍ୟା ଆରୋପ ଲଗାଇ କଂଗ୍ରେସ ଦଳର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଦୀଙ୍କ ବିରୋଧରେ ଅପ ପ୍ରଚାରର […]
ପଟ୍ଟାମୁଣ୍ଡାଇ ତା ୧୮/୧୨ -ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରର ୧୩ତମ ବାର୍ଷିକ କ୍ରୀଡା ଉତ୍ସବ ୪ଦିନ ଧରି ଶିଶୁ ଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ଶିକ୍ଷା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭୁ ଦତ୍ତ ଦାଶ ଉଦଘାଟନ କରିଥିବା ବେଳେ ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ସହିତ […]
ପଟ୍ଟାମୁଣ୍ଡାଇ ୧୭/୧୨–ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ମଣ୍ଡପଡ଼ା ଶାଖା ସଂଘର ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଇ ଅବସରରେ ଶୁଭାଧିବାସ, ସନ୍ଧ୍ୟାପୂଜା, ଆରତୀ, ସ୍ତୋତ୍ର ବନ୍ଦନା, ଜୟଗୁରୁ କୀର୍ତନ ସହିତ ଜୟଗୁରୁ ନାମଯଂଜ୍ଞ ଅନୁଷ୍ଠିତ ହୋଇଥିଲା । ମଣ୍ଡପଡ଼ା ଆସନ ମନ୍ଦିର ସଭାପତି ଖଗେଶ୍ୱର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ର ସଂଘ ପରିଚାଳନା କମିଟିର ସଦସ୍ୟ ସଂଗ୍ରାମ କେଶରୀ ସିଂହଙ୍କ ସହିତ ବହୁ […]
ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ୧୭/୧୨ – ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଶ୍ରେଣୀ କକ୍ଷରେ ପ୍ରଯୁକ୍ତି ବିଦ୍ୟାର ସମନ୍ୱିତ ଆହ୍ୱାନ ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟାପକ ଡ଼ ପ୍ରଭାକର ମଲ୍ଲିକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଆଜିର ଯୁଗ ହେଉଛି […]
ବିଭିନ୍ନ ୱାର୍ଡ ବୁଲିବା ସହିତ ରୋଗୀଙ୍କ ସହ ଆଲୋଚନା କେନ୍ଦ୍ରାପଡ଼ା, ୧୭ା୧୨: ଜିଲ୍ଳାପାଳ ରଘୁରାମ ଆର. ଆୟର ବୁଧବାର ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ବୁଲିବା ସହିତ ପଞ୍ଜିକରଣ କାଉଣ୍ଟରକୁ ଯାଇ ସଠିକ ଭାବରେ ଏବଂ କ୍ରମାନ୍ୱୟରେ ପଞ୍ଜିକରଣ ହେଉଛି କି ନାହିଁ ଦେଖିଥିଲେ। ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ୱାର୍ଡରେ ଭର୍ତ୍ତି ହୋଇଥିବା […]
କେନ୍ଦ୍ରାପଡ଼ା, ୧୭ା୧୨: କେନ୍ଦ୍ରାପଡ଼ା ତହସିଲରେ ବୁଧବାର ଜିଲ୍ଲାପାଳ ରଘୁରାମ ଆର. ଆୟର ରାଜସ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣିରେ କେନ୍ଦ୍ରାପଡା ତହସିଲଦାର ସୁଶ୍ରୀ କୁଇନି ଜେନା ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ଆଜି ମୋଟ ୨୧ ଟି ଅଭିଯୋଗ ମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୂହିକ ରାଜସ୍ୱ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପ୍ରକାଶଥାଉ କି ଆସନ୍ତା ୨୦ ତାରିଖରେ […]
କେନ୍ଦ୍ରାପଡ଼ା,୧୭ା୧୨:ବିଶିଷ୍ଟ ବ୍ୟବସାୟୀ, ଚଳଚିତ୍ର ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ୮୧ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରପଡା ସହରରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୫ପୁଅ ଓ ଏକମାତ୍ର ଝିଅଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀର କେନ୍ଦ୍ରାପଡା ସ୍ଥିତ ବାସଭବନରେ ପହଞ୍ଚିବା ପରେ କେନ୍ଦ୍ରାପଡା ସହର ତଥା ଆଖପାଖ ଅଞ୍ଚଳର […]
କେନ୍ଦ୍ରାପଡ଼ା,୧୭ା୧୨:ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟ ପରିସରରେ ‘ବିଶ୍ୱଶାନ୍ତି ନିମନ୍ତେ ପ୍ରାର୍ଥନା’ ପାଇଁ ଏକ ଆଧ୍ୟାତ୍ମିକ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନର ଶୃଙ୍ଖଳା,ମାନବ ଜୀବନର ସାର୍ଥକତା ପାଇଁ ପ୍ରାର୍ଥନାର ଆବଶ୍ୟକତା ସମ୍ପର୍କରେ ଅମୃତବାଣୀ ପ୍ରଦାନ କରିଥିଲେ। ବିଶ୍ୱର […]
କେନ୍ଦ୍ରାପଡ଼ା, ୧୭ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଦଣ୍ଡାମୁଣ୍ଡ ଛକସ୍ଥିତ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସ ପକ୍ଷରୁ ଏକ ‘ସଡକ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଅଟୋମାଲିକ ଓ ଚାଳକମାନେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ବୈଠକରେ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସର ପ୍ରତିଷ୍ଠାତା ପରିଚାଳକ ନଳିନୀକାନ୍ତ ସାହୁ ସଭାପତିତ୍ୱ କରି ଅଟୋଚାଳକମାନଙ୍କୁ ସଡକ ସୁରକ୍ଷା ଓ ଜୀବନ […]
କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କାକଟ ମଙ୍ଗଳା କ୍ଲବ ୮୨ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ପୌରସଭ୍ୟ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବର ସାମାଜିକ କାର୍ଯ୍ୟ, ଏହାର ଅତୀତ ଓ ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ । ଆଲାସ୍କା ବିଶ୍ୱବିଦ୍ୟାଳୟ […]










