ବିଧାୟକଙ୍କ ଦରମା ବୃଦ୍ଧି ଜନଶକ୍ତି ପାର୍ଟି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର



କେନ୍ଦ୍ରାପଡା,୧୯ା୧୨: କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଜନଶକ୍ତି ପାର୍ଟିର ସ୍ମାରକ ପତ୍ର ଦେଇ ଗରିବ ଓଡିଶାର ଜନସାଧାରଣଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶିକ୍ଷା ଓ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ନାରା ଦେଇ ଓଡିଶାରେ କ୍ଷମତାସିନ ବିଜେପି ସରକାର ନିତୀ ନୈତିକତାକୁ ଜଳାଞ୍ଜଳି ଦେଇ ବିଧାୟକମାନଙ୍କ ଦରମା ୩ଗୁଣା ବୃଦ୍ଧିର ବିଧେୟକ ଆଣିଥିବା ମୋହନ ସରକାରଙ୍କ ଜନ ବିରୋଧି ନିତୀର ପ୍ରତ୍ୟାହାର ଦାବି ସହିତ କିସରେ ମୃତ ଆଦିବାସୀ ଛାତ୍ରର ସିବିଆଇ ତଦନ୍ତ ଦାବିରେ ଶତାଧିକ ଜନଶକ୍ତି ପାର୍ଟି କ୍ରମକର୍ତ୍ତା ରାଜ୍ୟ ସଭାପତି ପ୍ରଦୀପ ଦାସ, ସଂଖ୍ୟାଲଘୁ ସଭାପତି ସେକ୍ ଅମିରୁଦ୍ଦିନ, କେନ୍ଦ୍ରାପଡା ଜିଲ୍ଲା ସଭାପତି ରମାକାନ୍ତ ମାହାଳୀ, ଭଦ୍ରକ ଜିଲ୍ଲା ସଭାପତି ରମେଶ ଜେନା, ମହାଦେବ ସେନା ଅଧ୍ୟକ୍ଷ ଧୃବ ବାବା, ଗୈାତମ ବେହେରା, ମନ୍ମଥ ସାହୁ, ସେକ୍ ସମସେର, ବସନ୍ତ ଦାସ, ନାରାୟଣ ମଲିକ, ଶାନ୍ତନୁ ଦାସ, ରମେଶ ଥାଟୋଇ, ଆଦିତ୍ୟ ନାରାୟଣ ମିଶ୍ର, ଜୟନ୍ତ ଦାସ, ସୀତାକାନ୍ତ ନାୟକ ପ୍ରମୁଖ ଏକ ଶୋଭା ଯାତ୍ରାରେ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କୁ ଦେଇଥିଲେ ।