ଭିବି ଜୀ ରାମ ଜୀ ପ୍ରତ୍ୟାହାର ପାଇଁ ଆହ୍ୱାନ


କେନ୍ଦ୍ରାପଡ଼ା, ୧୯/୧୨-ନିଯୁକ୍ତି, ଦରବୃଦ୍ଧି, ଆର୍ଥୀକ ପରିଚାଳନା, ଆଭ୍ୟନ୍ତରୀଣ ସୁରକ୍ଷା, ବୈଦେଶିକ ନୀତି ଆଦି ସମସ୍ତ କ୍ଷେତ୍ରରେ ଏଗାର ବର୍ଷର ଭଜପା ସରକାର ଅସଫଳ ହୋଇଛି । ମାତ୍ର ନିଜର ବିଫଳତା ଲୁଚାଇବା ପାଇଁ ଗ୍ରାମୀଣ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସୃଷ୍ଟି କରିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ (MGNREGA) ସ୍ଥାନରେ ଆସିଥିବା ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ (VB-G RAM G) ବିଲ୍ ସଂସଦରେ ଗୃହୀତ କରିବାକୁ କେନ୍ଦ୍ରାପଡା ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।

ସିପିଆଇ ରାଜ୍ୟ ନେତା ରମଣୀ ରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଶୁକ୍ରବାର ପବ୍ଲିକ ରିଡିଙ୍ଗ୍ ରୁମ୍ ପରିସରରେ ଅନୁଷ୍ଠିତ ମିଳିତ ବୈଠକରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଆଦିକନ୍ଦ ରାଉଳ, ନରୋତ୍ତମ ପାର୍ଥସାରଥୀ, ଶ୍ରମିକ ନେତା ଜଗଜ୍ଜୀବନ ଦାଶ, ସିପିଆଇ (ଏମ୍ ଏଲ୍‌) ନେତା ପ୍ରକାଶ ମଲିକ, ନାରୀ ନେତ୍ରୀ ସଂଯୁକ୍ତା ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏହି ଆଇନ ଗ୍ରାମୀଣ ବିକାଶ କ୍ଷେତ୍ରରୁ ନିଜକୁ ଦାୟିତ୍ୱ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିବାରୁ ଓ ନାମ ପରିବର୍ତ୍ତନ କରି ସରକାର ରାଷ୍ଟ୍ରପିତା ଗାନ୍ଧିଜୀଙ୍କ ପ୍ରତି ଅବମାନନା କରୁଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଆହ୍ୱାନ ଜଣାଇଥିଲେ। ଅନ୍ୟଥା ଆସନ୍ତା ୨୨ ତାରିଖ ସୋମବାର ଦିନ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Next Post

ବିଧାୟକଙ୍କ ଦରମା ବୃଦ୍ଧି ଜନଶକ୍ତି ପାର୍ଟି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର

Sat Dec 20 , 2025
କେନ୍ଦ୍ରାପଡା,୧୯ା୧୨: କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଜନଶକ୍ତି ପାର୍ଟିର ସ୍ମାରକ ପତ୍ର ଦେଇ ଗରିବ ଓଡିଶାର ଜନସାଧାରଣଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶିକ୍ଷା ଓ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ନାରା ଦେଇ ଓଡିଶାରେ କ୍ଷମତାସିନ ବିଜେପି ସରକାର ନିତୀ ନୈତିକତାକୁ ଜଳାଞ୍ଜଳି ଦେଇ ବିଧାୟକମାନଙ୍କ ଦରମା ୩ଗୁଣା ବୃଦ୍ଧିର ବିଧେୟକ ଆଣିଥିବା ମୋହନ ସରକାରଙ୍କ ଜନ ବିରୋଧି ନିତୀର ପ୍ରତ୍ୟାହାର ଦାବି ସହିତ କିସରେ ମୃତ […]

KANIKA