କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୫



କେନ୍ଦ୍ରାପଡ଼ା,୨୩ା୧୨:କେନ୍ଦ୍ରାପଡା ସହରର ଇଛାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨-୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଜର୍ମାନସ୍ଥିତ ବାୟୋମେଡିକାଲ ସେଣ୍ଟର ୟୁନିଭରସିଟି ଅଫ୍ ଲିପଜିଙ୍ଗର ସିଏସଓ ଡ. ଶିବାଶିଷ ଗିରି ଯୋଗଦେଇ ବିଜ୍ଞାନର ଅଗ୍ରଗତି ଓ ମନୁଷ୍ୟର ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଉପନିର୍ଦ୍ଦେଶକ ଆରତୀ ନାୟକ, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ,ମହାକାଳପଡା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ଇଛାପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାଶ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଜ୍ଞାନ ଶିକ୍ଷକ ନିରଞ୍ଜନ ବେହେରା ଓ ଶିକ୍ଷୟିତ୍ରୀ ଏଲିନା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ଆଦିକନ୍ଦ ସାହୁ ସ୍ୱାଗତ ସଂଗୀତ ଗାନ କରିଥିଲେ। ମହାକାଳପଡା ନୋଡାଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡାଙ୍କ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୩୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଦିପ୍ତୀ ନାୟକ, ମୁଖ୍ୟବକ୍ତା ଭାବେ ମହାକାଳପଡା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ଓ ସମ୍ମାନିତ ଅତିଥି ଭାବେ ଆଳି ମଣ୍ଡଳ ଶିକ୍ଷାଧିକାରୀ ସଞ୍ଜିବ କୁମାର ବେହୁରା,ଇଛାପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାଶ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର, ପୁଷ୍ପଗୁଛ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ଅବସରରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରି ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ଓ ଗାଇଡ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟିତ୍ରୀ ଆରାଧନା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଅନିତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଭାଗିରଥି ମହାନ୍ତି, ଶିବନାରାୟଣ ମହାନ୍ତି, ମନୋରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ସିଦ୍ଧାର୍ଥଶଙ୍କର ଜେନା ପ୍ରମୁଖ କାର୍ଯ୍ୟକ୍ରକ ପରିଚାଳନାରେ ସହାୟତା କରିଥିଲେ।


Next Post

କେନ୍ଦ୍ରାପଡା କଣ୍ଟ୍ରାକ୍ଟରସ ଫେଡେରେସନର ବୈଠକ

Thu Dec 25 , 2025
କେନ୍ଦ୍ରାପଡା,୨୪ା୧୨: କେନ୍ଦ୍ରାପଡା କଣ୍ଟ୍ରାକ୍ଟର ଫେଡେରେସନ ତରଫରୁ ଦିବା ୨ ଘଟିକା ସମୟରେ ଜମଧରସ୍ଥିତ ବିନାୟକ ପ୍ରିମିୟମ ହୋଟେଲରେ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଲ୍ ଓଡିଶା କଣ୍ଟ୍ରାକ୍ଟର ସଙ୍ଗଠନର ସଭାପତି ଅନିଲ କୁମାର ମହାଲିକଙ୍କ ସଭାପତିତ୍ୱ କରିଥିଲେ । ଅଲ୍ ଓଡିଶା କଣ୍ଟ୍ରାକ୍ଟର ସଂଘଠନର ସଭାପତି ମାସୁମ ମାଲିଆ ଏବଂ ସଦସ୍ୟ ହେମବତୀ ନନ୍ଦନ ଚକ୍ରବତ୍ତୀ ସମ୍ମାନୀୟ ଅତିଥି […]

KANIKA