କେନ୍ଦ୍ରାପଡା କଣ୍ଟ୍ରାକ୍ଟରସ ଫେଡେରେସନର ବୈଠକ



କେନ୍ଦ୍ରାପଡା,୨୪ା୧୨: କେନ୍ଦ୍ରାପଡା କଣ୍ଟ୍ରାକ୍ଟର ଫେଡେରେସନ ତରଫରୁ ଦିବା ୨ ଘଟିକା ସମୟରେ ଜମଧରସ୍ଥିତ ବିନାୟକ ପ୍ରିମିୟମ ହୋଟେଲରେ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଲ୍ ଓଡିଶା କଣ୍ଟ୍ରାକ୍ଟର ସଙ୍ଗଠନର ସଭାପତି ଅନିଲ କୁମାର ମହାଲିକଙ୍କ ସଭାପତିତ୍ୱ କରିଥିଲେ । ଅଲ୍ ଓଡିଶା କଣ୍ଟ୍ରାକ୍ଟର ସଂଘଠନର ସଭାପତି ମାସୁମ ମାଲିଆ ଏବଂ ସଦସ୍ୟ ହେମବତୀ ନନ୍ଦନ ଚକ୍ରବତ୍ତୀ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରିଥିଲେ । ସଂପାଦକ ଦିଲ୍ଲୀପ କୁମାର ଜେନା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥି ସହିତ କଣ୍ଟ୍ରାକ୍ଟର ମାନଙ୍କର ମୌଳିକ ଅସୁବିଧା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସମସ୍ତ ଉପସ୍ଥିତ ସଭ୍ୟମାନଙ୍କୁ ସିଡିୟୁଲ ରେଟ୍ ରେ ଟେଣ୍ଡର ପକାଇ କାମର ଗୁଣବତ୍ତା ରକ୍ଷାକରିବା ପାଇଁ ଅନୁରୋଧ କରାଯାଇଥିଲା । ପ୍ରକାଶଥାଉକି ଆଗାମୀ ଦିନରେ ସଂଘର ହାତମୁଠା କିପରି ଟାଣ ହେବ ସେ ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମହେନ୍ଦ୍ର କୁମାର ରାଉତ ଓ ଅଜିତ୍ କୁମାର ସାହୁ ତାଙ୍କର ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ମିହିର ମିଶ୍ର, ମନମୋହନ ରାଉତ, ରବିନ୍ଦ୍ର ସାହୁ, ଆଲୋକ ମହାପାତ୍ର, ଶୁଭମ ରାଉତ, ସୁକାନ୍ତ ରାଉତ, ସତ୍ୟଜିତ୍ ପାତ୍ର, ସଂଗ୍ରାମ ଜେନା, ଜାନ୍ନକୀ ବଲ୍ଲଭ ସାମନ୍ତରାୟ, ହରେକୃଷ୍ଣ ନାୟକ, ରାଜେଶ ମହାନ୍ତି, ଗୈାତମ ମଲ୍ଲିକ, ମନୋରଞ୍ଜନ ଦାସ, କିଶୋର ପଣ୍ଡା, ପ୍ରକାଶ ସାମଲ, ସତ୍ୟବତ୍ର ଜେନା, ଅମାନ୍ ସାମଲ, ନୃସିଂହ ବେହେରା, ସୁବାଷ କବି, ସତେନ୍ଦୁ ସୁତାର ଓ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଯୋଗଦାନ କରିଥିଲେ ।


Next Post

ଇଚ୍ଛାପୁର ସ୍ଥିତ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରକଳ୍ପ ପଦର୍ଶନୀରେ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଥମ

Thu Dec 25 , 2025
କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ଇଚ୍ଛାପୁର ହାଇସ୍କୁଲରେ ଆୟୋଜିତ ୨୫-୨୬ବର୍ଷର ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ବେଣୀପୁର ସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ରାଉତଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ବ୍ଲକ ସ୍ତରକୁ ଚୟନ ହୋଇଥିବା ୭୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର “ଗଣିତ ଉଦ୍ୟାନ”ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର […]

KANIKA