ଜୟହିନ୍ଦ ହାଇସ୍କୁଲରେ ଗୁରୁ ପୂଜନ ଓ ବନ୍ଧୁମିଳନ



ପଟାମୁଣ୍ଡାଇ ୨୮/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ୧୯୮୯ ମାଟ୍ରିକ ବ୍ୟାଚ ପକ୍ଷରୁ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ପୁରାତନ ଛାତ୍ର ତଥା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟ ଓ ନିହାର ରଞ୍ଜନ ସୂତାରଙ୍କ ସଂଯୋଜନାରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ରଂଜିତ ମଲ୍ଲିକ, କେଦାର ପ୍ରଧାନ, ସୁରେଶ ନାୟକ ଭଗବାନ ରାଉତ ଦୁଃଶାସନ ଜେନା, ପ୍ରଧାନଶିକ୍ଷକ ଭାସ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଧୋୟାଞ୍ଚଳର ଏହି ଗୌରବମୟ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଗୁରୁପୂଜନ ଉତ୍ସବରେ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୋଇ ଦେଇ ସିନ୍ଦୁର ଚନ୍ଦନ ଲଗାଇବା ସହିତ ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୁରାତନଛାତ୍ର ରଶ୍ମିରଞ୍ଜନ ସ୍ୱାଇଁ ମାନସ ରଞ୍ଜନ ସାମଲ,ବିଶ୍ୱଜିତ ଦାଶ, ଗୁଣମଣି ବିଶ୍ୱାଳ ତ୍ରିନାଥ ମଲ୍ଲିକ,ତୀର୍ଥଙ୍କର ମଲ୍ଲିକ ଜୟଶ୍ରୀ ବିଶ୍ୱାଳ, ମମତା ସାହୁ କେଦାର ସେଠୀ ରମେଶ ସାହୁ ଅନିରୁଦ୍ଧ ମଲ୍ଲିକ ବିଜୟ ବେହେରା, ମଧୁଛନ୍ଦା ବିଶ୍ୱାଳ ବବିତା ବିଶ୍ୱାଳ, ବିଷ୍ଣୁପ୍ରିୟା ବିଶ୍ୱାଳ ସ୍ନେହାଂଶୁ ଶେଖର ଦାସ ନବଘନ ବାରିକ କୃଷ୍ଣ ଚନ୍ଦ୍ର ସାହୁ ଦେବେନ୍ଦ୍ର ସୂତାର ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଶପଥ ନେଇଥିଲେ । ପୁରାତନ ଛାତ୍ର ରଶ୍ମି ରଞ୍ଜନ ସ୍ୱାଇଁ ସ୍ୱାଗତ ଭାଷଣ ଓ କମଳାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ଆରମ୍ଭରେ ଦିବଂଗତ ଶିକ୍ଷକ ଓ ୧୯୮୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଇ ଅବସରରେ ଗ୍ରାମଦେବୀଙ୍କ ପୂଜାର୍ଚନା ସହ ୧୯୮୯ ବ୍ୟାଚ ଛାତ୍ର ଛାତ୍ରୀଙ୍କ ପ୍ରଦତ୍ତ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ମୂର୍ତ୍ତି ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯାଇଥିଲା । ଶେଷରେ କୃଷ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଅନିରୁଦ୍ଧ ମଲ୍ଲିକ, ବିଜୟ ବେହେରା ମଧୁଛନ୍ଦା ବିଶ୍ୱାଳ ବବିତା ବିଶ୍ୱାଳ ପରିଚାଳନା କରିଥିବାବେଳେ ବିଷ୍ଣୁପ୍ରିୟା ବିଶ୍ୱାଳ ନବଘନ ବାରିକ, ଦେବେନ୍ଦ୍ର ସୂତାର ସ୍ନେହାଂଶୁ ଶେଖର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଧର୍ମପ୍ରାଣା ମହିଳାଙ୍କ ପରଲୋକ

Sun Dec 28 , 2025
ପଟ୍ଟାମୁଣ୍ଡାଇ ତା ୨୮/୧୨- ପଟ୍ଟାମୁଣ୍ଡାଇ ପୋଖରୀଆପଡା ଗ୍ରାମର ବିଶିଷ୍ଟ ଧର୍ମପ୍ରାଣା ମହିଳା ତଥା ଗାଳ୍ପିକ ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କାଙ୍କ ମାତା ସାବିତ୍ରୀ ଲେଙ୍କାଙ୍କ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର କୁଳମଣି ଲେଙ୍କା ଅଶୋକ ଲେଙ୍କା ସୁଶାନ୍ତ ଲେଙ୍କା, ଝିଅ ଜ୍ୱାଇଁ ନାତିନାତୁଣୀ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ସେ ସ୍ଥାନୀୟ ଅଂଚଳର ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ […]

KANIKA