
ପଟ୍ଟାମୁଣ୍ଡାଇ ତା ୨୮/୧୨- ପଟ୍ଟାମୁଣ୍ଡାଇ ପୋଖରୀଆପଡା ଗ୍ରାମର ବିଶିଷ୍ଟ ଧର୍ମପ୍ରାଣା ମହିଳା ତଥା ଗାଳ୍ପିକ ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କାଙ୍କ ମାତା ସାବିତ୍ରୀ ଲେଙ୍କାଙ୍କ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର କୁଳମଣି ଲେଙ୍କା ଅଶୋକ ଲେଙ୍କା ସୁଶାନ୍ତ ଲେଙ୍କା, ଝିଅ ଜ୍ୱାଇଁ ନାତିନାତୁଣୀ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ସେ ସ୍ଥାନୀୟ ଅଂଚଳର ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଆସୁଥିଲେ । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜ୍ୟେଷ୍ଠ ପୁତ୍ର କୁଳମଣି ଲେଙ୍କା ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।











