ପଟ୍ଟାମୁଣ୍ଡାଇ ୯/୬ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରିମ ସାମାଜିକ ସଂଗଠନ ହରା ଭାରତର ପକ୍ଷରୁ ୭ମ ଚାରା ବଂଟନ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାର୍ଶାଘାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ପୋଖରୀଆ ପଡା କ୍ଲଷ୍ଟର ସିଆରସିସି ମଳୟ ଜେନା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା […]

ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୧ ଅଧୀନରେ ଥିବା ଶିମିଳିଆ ମାଇନର କେନାଲରୁ ବର୍ଷ ବର୍ଷ ଧରି ଚାଷଜମିକୁ ସଠିକ ଜଳସେଚନ ହୋଇପାରୁନାହିଁ । ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏହି ମାଇନର କେନାଲର ଉନ୍ନତିକରଣ ଓ ମରାମତି କରି ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସ୍ଥାନୀୟ ଚାଷୀମାନେ ବାରମ୍ବାର ଜଳସମ୍ପଦ ବିଭାଗ ଉଚ୍ଚ କତୃପକ୍ଷଙ୍କ ନିକଟରେ ଗୁହାରି କରିଥିଲେ […]

କେନ୍ଦ୍ରାପଡା,୬ା୬: କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ କକ୍ଷରେ ଗ୍ରୀଷ୍ମକାଳୀନ ନିଃଶୁଳ୍କ ଚେସ୍ ପ୍ରଶିକ୍ଷଣ ଶିବିର ଆଜକୁ ୮ ଦିନଧରି ଅନୁଷ୍ଠିତ ହେଉଥିବା ପ୍ରଶିକ୍ଷଣ ଶିବିରକୁ ବିଧିବଧ ଭାବରେ ନୂତନ ଭାବରେ ଚୟନ ହୋଇଥିବା କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍‌ର ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମରୋପ ଉତ୍ସବ ସଭାପତି ନିଜର ଅଭିଭାଷଣରେ କେନ୍ଦ୍ରାପଡ଼ା ପିଲାମାନଙ୍କର ଖେଲୁଆଡ ମନବୃତିକୁ […]

ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ଶିଶୁମିତ୍ର ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ   କେନ୍ଦ୍ରାପଡା,୬ା୬: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଫଣ୍ଡ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସଭାଗୃହରେ ଶିଶୁ ସୁରକ୍ଷା ଉପରେ ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଳିତା […]

କେନ୍ଦ୍ରାପଡା, ୫ା୬ – କେନ୍ଦ୍ର ଓ ରାଜ୍ୟ ସରକାରର ସହଯୋଗିତା ଓ ରିହାତି ମାଧ୍ୟମରେ ଚାଲିଥିବା ପିଏମ ସୂର୍ଯ୍ୟ ଘର ବିଦ୍ୟୁତ ଯୋଜାର ଏକ କର୍ମଶାଳା କେନ୍ଦ୍ରାପଡା ସହରର ରିଡିଙ୍ଗ ରୁମ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଡି ଲୋକ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବ୍ୟବସାୟ ପରିଚାଳନା ଅଧିକାରୀ ଅରନ୍ଦିମ ସାହୁ, ରାଜ୍ୟ ସଂଯୋଜକ ବିଭୁତିଭୂଷଣ ଆଚାର୍ଯ୍ୟ, ଜିଲା ସଂଜୋଜକ ସର୍ବେଶ୍ୱର ସାହୁ ଆଲୋଚକ ଭାବେ […]

ପଟ୍ଟାମୁଣ୍ଡାଇ ୪/୬- ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ମୋ ସ୍କୁଲ ଅଭିଯାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସଦସ୍ୟ ଡ଼ କେଳୁ ଚରଣ ସ୍ୱାଇଁ ଗୋପୀ ବଲ୍ଲଭ ନାୟକ, ଗୋପୀନାଥ ତ୍ରିପାଠୀ, ନିଶିକାନ୍ତ ପ୍ରଧାନ, ରମେଶ ଦେ ହାଇସ୍କୁଲର ବିଭିନ୍ନ ସମସ୍ୟା ଯଥା ଆବଶ୍ୟକ ଶିକ୍ଷକ ଅଭାବ ଦୂର ପାଇଁ ଜିଲ୍ଲା ଶିକ୍ଷାଧିକାରୀ […]

ପଟ୍ଟାମୁଣ୍ଡାଇ ୪/୬–କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଘାଟ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ମଂଜୁର କରିବା ସହିତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀର୍ଘ ଦିନର ଦାବୀ ପୂରଣ ହେବାକୁ ଯାଉଥିବାରୁ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ସେତୁ ନିର୍ମାଣ ପାଇଁ ଗତ ୨୦୨୧ ମସିହା ଡ଼ିସେମ୍ବର ୧୫ ତାରିଖରେ ତତ୍କାଳୀନ ସରକାର ସମୟରେ […]

କେନ୍ଦ୍ରାପଡା ୪/୬- କେନ୍ଦ୍ରାପଡା ଜିଲ୍ଲା ଶିବାଜୀ ଟାଇକୋଣ୍ଡୋଆକାଡ଼େମୀର ପ୍ରତିଯୋଗୀମାନେ କଟକସ୍ଥିତ ଜବାହରଲାଲ ନେହୁରଇନଡୋର ଷ୍ଟାଡିୟମରେ ନବମ ଜାତୀୟ ଓପେନଟାଇକୋଣ୍ଡୋ ଚମ୍ପିୟାନସିପ ପ୍ରତିଯୋଗୀତାରେ ଭାଗ ନେଇ ୪ଟି ପଦକ ହାସଲ କରିଛନ୍ତି । ଏହା ଗତ ମେ ମାସ ୩୦ତାରିଖରୁ ଆରମ୍ଭ ହୋଇ ଜୁନ ୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରସଶିତ ଅଞ୍ଚଳରୁ ୧୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ବିଭିନ୍ନ ବର୍ଗ ଯଥା ଟାଇକୋଣ୍ଡୋ କ୍ୟୋରୋଗୀ, […]

ପଟ୍ଟାମୁଣ୍ଡାଇ ତା ୨୪/୫- କାଶ୍ମୀର ପହେଲଗାମ ଆକ୍ରମଣର କଡା ଜବାବ ଦେବା ପାଇଁ ଭାରତ ସରକାରଙ୍କ ଅପରେସନ ସିନ୍ଦୁର ଅପୂର୍ବ ସଫଳତା ହାସଲ କରି ପାକିସ୍ତାନ ମାଟିରେ ଆତଙ୍କବାଦ ଉପରେ ଭାରତର ବିଜୟ ହୋଇଛି ।  ଭାରତବର୍ଷର ଏକତା ଅଖଣ୍ତତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଠାରେ ରାଷ୍ଟ୍ରୀ ସୁରକ୍ଷା ନାଗରିକ ସମିତି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା ।  ଡାମରପୁର ପଂଚାୟତର ବିଭିନ୍ନ ସ୍ଥାନ […]

ପଟ୍ଟାମୁଣ୍ଡାଇ ୧୯/୫  – କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ସହକାରୀ ଜିଲ୍ଲାପାଳ ତୃପ୍ତି ମହାନ୍ତି, ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଅଶୋକ ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଯୋଗ […]

କେନ୍ଦ୍ରାପଡ଼ା,୧୯ା୫ : ଭାରତୀୟ କମ୍ୟୁନିଷ୍ଟ ପାର୍ଟ( ସି.ପି.ଆ.ଇ.)ର ଦୁଇଦିନିଆ ଦଶମ ଜିଲ୍ଲା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଜିଲ୍ଲା ସହସାମ୍ପାଦକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଖୋଲା ଅଧିବେସନରେ ମୁଖ୍ୟଅତିଥି ଭାବେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପୂର୍ବତନ ବିଧାୟକ ସାଥି ଏନ.ନାରାୟଣ ରେଡ୍ଡୀ, ମୁଖ୍ୟବକ୍ତା ଭାବେ ସମ୍ପାଦକ ମଣ୍ଡଳୀ ସଭ୍ୟ ଡ. ପ୍ରଶାନ୍ତ ମିଶ୍ର, ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ମାର୍ଶାଘାଇ-ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ […]

କେନ୍ଦ୍ରାପଡ଼ା, ୧୯/୫: କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତି ୩ବର୍ଷରେ ଥରେ ପରିବର୍ତ୍ତନ କରାଯାଇଥାଏ । ଏହି ଅବସରରେ ଗରାପୁର ସ୍ଥିତ ଗୋପାଳଜିୟୁ ମନ୍ଦିର ପରିସରରେ ୧୦୯ତମ ବୈଠକରେ ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଓଡିଶା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପାଲା ଗାୟକ ପରିଷଦର ଜିଲ୍ଲା, ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ପ୍ରତିନିଧିମାନଙ୍କୁ […]

କେନ୍ଦ୍ରାପଡ଼ା,୧୯ା୫: ଜଣେ ବ୍ୟକ୍ତି ଅସୁସ୍ଥ ଥିବାବେଳେ ଏହାର ଫାଇଦା ନେଇ ଜଳସଂପଦ ବିଭାଗ ସଂପୃକ୍ତ ବ୍ୟକ୍ତିଙ୍କ ଜମିରୁ ମାଟି ତାଡ଼ି ନେଇଛି। ଏ ନେଇ ବ୍ୟକ୍ତି ଜଣକ ପ୍ରଥମେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେଠାରୁ ନ୍ୟାୟ ନପାଇବାରୁ ଏବେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ବ୍ଲକ ପିକରାଳି ଗ୍ରାମର […]

କେନ୍ଦ୍ରାପଡ଼ା,୧୯ା୫ : କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀୟୁଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ଦିନ ବିଳମ୍ବିତ ରାତ୍ରରେ ଉଦ୍‌ଯାପିତ ହୋଇଯାଇଛି । ଏପ୍ରିଲ ମାସ ୩୦ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଧୁମଧାମରେ କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜୀୟୁଙ୍କ ଚଳନ୍ତି ପ୍ରତିମାକୁ ଚନ୍ଦନ ଲେପ ଦିଆଯାଇ ଏକ ସୁସଜ୍ଜିତ ବିଭାନରେ ନିକଟସ୍ଥ ଚନ୍ଦନ ପୋଖରୀକୁ […]

କେନ୍ଦ୍ରାପଡ଼ା,୧୮ା୫ : ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ମହିଳା କଂଗ୍ରେସ ସଭାପତି ସଶ୍ମିତା ପଣ୍ଡାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଭାରତୀୟ ଜାତୀୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଥିବା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ତଥା ସାଂସଦ କେ.ସି. ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ପୂର୍ବରୁ ଜିଲ୍ଲା ମହିଳା କଂଗ୍ରେସର ସଭାପତି ଭାବେ ନିଜର ଦକ୍ଷତା ପ୍ରତିପାଦନ […]

କେନ୍ଦ୍ରାପଡ଼ା,୧୮ା୫ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଲାହାଖଣ୍ଡ ଭରତପୁରର ଜମିଦାର ପରିବାର ଅବସରପ୍ରାପ୍ତ ଯୁଗ୍ମଶାସନ ସଚିବ ତଥା ଓଡିଶା ସଚିବାଳୟ ସେବା ସଙ୍ଘର ପ୍ରାକ୍ତନ ସଭାପତି ମନୋରଞ୍ଜନ ଦାସଙ୍କ ଧର୍ମପତ୍ନୀ ସମାଜସେବୀ ସ୍ନେହଲତା ଦାସଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଭରତପୁରସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷାବିତ ସୁଘୋଷ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣ, ଆଇନଜୀବୀ […]

ପଟ୍ଟାମୁଣ୍ଡାଇ ତା ୧୫/୫ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ଜିତେନ୍ଦ୍ର କୁମାର ରାଉତ ( ଜିତୁ )ଆଜି ଗୁରୁବାର ପ୍ରାତଃ ଭ୍ରମଣ ସାରି ଘରେ ଗାଧୋଇ ସାରିବା ପରେ ହଠାତ ଅସୁସ୍ଥ ଅନୁଭବ କରି ବିଶ୍ରାମ ନେବା ସମୟରେ ହୃଦଘାତ ଶିକାର ହୋଇ ଥିଲେ I ତାଙ୍କୁ ତତକ୍ଷଣାତ ଚିକିତ୍ସା ପାଇଁ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ […]

  ପଟ୍ଟାମୁଣ୍ଡାଇ ୧୪/୫- ସାମ୍ପ୍ରତିକ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ବିଶେଷ ଉନ୍ନତି ହୋଇ ଥିବାରୁ ପ୍ରତି ମୁହୂର୍ତ୍ତର ଖବର କ୍ଷଣିକେ ପହଂଚି ଯାଉଛି I କିନ୍ତୁ ବହୁ ସମୟରେ ଦେଶ ଓ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ସମ୍ବଳିତ ଖବର ପ୍ରସାର ଫଳରେ ସମାଜର ଅଶେଷ କ୍ଷତି ସାଧିତ ହେଉଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ସରସ୍ବତୀ […]

କେନ୍ଦ୍ରାପଡା,୧୪ା୫: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୧୧ୱାର୍ଡ ନିବାସୀ ଉମାକାନ୍ତ ଗୁରୁଙ୍କ ଗତ ୧୪ ତାରିଖ ସକାଳେ ତାଙ୍କ ବାସଭବନରେ ହୃଦଘାତରେ ଅକାଳ ବିୟୋଗ ଘଟିଛି । ଏହି ଖବର ପାଇ ସ୍ଥାନୀୟ ଜୟୀପୁରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଉମାକାନ୍ତ ଗୁରୁ ଜଣେ ମିଷ୍ଠଭାଷି ଏବଂ ପରଉପକାରୀ ଦରଦୀ ମଣିଷଟିଏ ଥିଲେ । ଜିଲ୍ଲାର ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗ ଦେବା ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ବାଲିଯାତ୍ରା କମିଟିର […]

ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍‌ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ୍ ଜଳାଶୟ । ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି । […]

ପଟ୍ଟାମୁଣ୍ଡାଇ ତା ୯/୫- ସମଗ୍ର ବିଶ୍ୱରୁ ଆତଙ୍କବାଦ ହଟାଇବା ପାଇଁ ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ଭାରତ ପେହେଲଗାମ ଆକ୍ରମଣ ପ୍ରତିବାଦରେ ପାକିସ୍ତାନ ଆତଙ୍କବାଦୀ ଶିବିର ଧ୍ବଂସ ସହ ପାକିସ୍ତାନକୁ ସବକ ଶିଖାଇବା ପାଇଁ ଭାରତୀୟ ସେନା ଅପୂର୍ବ ସାହାସିକତାର ସହ ଆତଙ୍କବାଦୀ ବିରୋଧୀ ଲଢେଇ ଜାରି ରଖିଛନ୍ତି । ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଧ୍ୱସ୍ତବିଧ୍ୱସ୍ତ ହୋଯାଇଛି । ପାକିସ୍ତାନର ଭାରତ ଉପରେ ଆକ୍ରମଣକୁ ଅତ୍ୟନ୍ତ ଦୃଢ଼ତା […]

ପଟ୍ଟାମୁଣ୍ଡାଇ ୨୨/୪–କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ଶହଶହ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡିବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡିରହୁଛି । ଅଳଭା ଘେରିରୁ ଜଳନିସ୍କାଷନ ପାଇଁ ବ୍ରୀଟିସ ଅମଳରୁ ହୋଇଥିବା ସାଇଫନ ଜୋର ଜବରଦଖଲ ହୋଇଯାଇଛି । ଅଳଭାଠାରେ ଥିବା ଜଳବିଶୋଧନ କାରାଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି । ଫଳରେ ଅଳଭା ଗ୍ରାମରେ […]

ନୂଆଦିଲ୍ଲୀ,୨୫/୪: ଜମ୍ମୁ ଏବଂ କଶ୍ମୀରର ପହଲଗାମର ବୈସାରନ ଘାଟିରେ ମଙ୍ଗଳବାର (୨୨ ଏପ୍ରିଲ) ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ କେନ୍ଦ୍ର ସରକାର ଡାକିଥିଲେ। ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଏହି […]

ପଟ୍ଟାମୁଣ୍ଡାଇ,୨୫/୪- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର ଶାସନ ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ସ୍ବାସ୍ଥ୍ୟ ଶିବିର ଅନୁ‌ଷ୍ଠିତ ହୋଇଯାଇଛି। ଡାକ୍ତର ରଶ୍ମି ରଂଜନ ମହାନ୍ତିଙ୍କ ତତ୍ବାବଧାନରେ ଏହି ଶିବିରରେ ୧୦୮ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ସମିତି ପକ୍ଷରୁ ନଗର ସଂକୀର୍ତ୍ତନ, ସଫେଇ, ଦୀପଦାନ, ଭଜନ ସହ ବିଭିନ୍ନ […]